କନକ ବ୍ୟୁରୋ : ଅକ୍ଟୋବର ୨୧ରେ ହରିୟାଣା ଓ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହାର ଗୋଟେ ଦିନ ପୂର୍ବରୁ ଭାରତୀୟ ସେନା ପାକ୍ ଅଧିକୃତ କଶ୍ମୀରରେ ଥିବା ଆତଙ୍କୀ କ୍ୟାମ୍ପ ଉପରେ ଆକ୍ରମଣ କରିଥିବା ବେଳେ ପ୍ରାୟ ୨୨ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣା ପଡ଼ିଛି । ଏହା ସହ ୬-୧୦ଜଣ ପାକ୍ ସେନା ଯବାନ ନିହତ ହେବା ଖବର ସେନା ମୁଖ୍ୟ ଜେନେରାଲ ବିପିନ ରାଓ୍ଵତ୍ ସ୍ପଷ୍ଟ କରି ସାରିଛନ୍ତି । ଏଭଳି ପରିସ୍ଥିତିକୁ ଦେଖି କଂଗ୍ରେସ ଏବେ ମୋଦୀ ସରକାରକୁ କଟାକ୍ଷ କରିଥିବା ଦେଖାଯାଇଛି । ମୋଦୀ ସରକାରଙ୍କ ଅଧିନରେ ସବୁବେଳେ ନିର୍ବାଚନ ପୂର୍ବରୁ ସର୍ଜିକାଲ ଷ୍ଟ୍ରାଇକ୍ କରାଯାଏ ବୋଲି କହିଛି କଂଗ୍ରେସ । ଏହା ସହ ମୋଦୀ ସରକାର ଏବେ ପ୍ରକୃତ ବିଷୟ ଉପରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଭାରତୀୟ ସେନା ପାକ୍ ଅଧିକୃତ କଶ୍ମୀରରେ କରିଥିବା ଆକ୍ରମଣକୁ ନେଇ ରାଜନୀତି କରିବେ ବୋଲି କଂଗ୍ରେସ କହିଛି ।
Congress' Akhilesh Singh on Indian Army used artillery guns to target terrorist camps in PoK: Under Modi ji’s govt, whenever there's election in a big state,pattern of surgical strike is formed. Now,politics will be done on surgical strike to divert attention from real issues pic.twitter.com/5pH1oK0lX4
— ANI (@ANI) October 20, 2019
କଂଗ୍ରେସ ନେତା ଅଖିଳେଶ ସିଂହ ଏଭଳି ମତ ରଖି କହିଛନ୍ତି କି, ଯେତେବେଳେ କୌଣସି ବଡ଼ ରାଜ୍ୟରେ ନିର୍ବାଚନ ହେବାକୁ ଥାଏ, ସେତେବେଳେ ଗୋଟେ ପ୍ରକାରର ସର୍ଜିକାଲ ଷ୍ଟ୍ରାଇକ୍ ହୋଇଥାଏ । ଆଜି ପାକ୍ ଅଧିକୃତ କଶ୍ମୀରରେ ଭାରତୀୟ ସେନା ଆକ୍ରମଣ କରିବା ପରେ ମୋଦୀ ସରକାର ଏହାକୁ ନେଇ ରାଜନୀତି କରିବ । ଅସଲ ବିଷୟ ଉପରୁ ଧ୍ୟାନ ହଟାଇବା ପାଇଁ ବିଜେପି ସରକାର ଏଭଳି କରିବେ । ତେବେ ଅଖିଳେଶଙ୍କ ଏଭଳି କଥାକୁ ଭିତ୍ତିହୀନ ବୋଲି କହିବା ସହ ଦୁଇଟି ଘଟଣାରେ କୌଣସି ସାମଞ୍ଜ୍ୟସ ନଥିବା ସ୍ପଷ୍ଟ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଶାହନବାଜ ହୁସେନ ।