ଉଦ୍ଧାର ହୋଇଥିବା ମୃତ ଯୁବକ ବରିଷ୍ଠ ସାମ୍ବାଦିକଙ୍କ ପୁଅ: କାଲି ହୋଇଥିଲା ଅପହରଣ, ଆଜି ମିଳିଲା ମୃତଦେହ 

237

କନକ ବ୍ୟୁରୋ: ଆଜି ପାତ୍ରପଡାର ଏକ ପୋଖରୀରୁ ମିଳିଥିବା ମୃତଦେହ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନରାଗଙ୍କର ବୋଲି ଜଣାପଡିଛି । ଏନେଇ ନବୀନ ଦାସ ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । କାଲି ରାତିରେ ମନୀଷ ଅନୁରାଗଙ୍କୁ ଚନ୍ଦ୍ରଶେଖରପୁର ଶ୍ରୀବିହାର ଅଞ୍ଚଳରୁ ଅପହରଣ କରାଯାଇଥିଲା । ଆଜି ତାଙ୍କ ମୃତଦେହ ପାତ୍ରପଡାର ଏକ ପୋଖରୀରୁ ଉଦ୍ଧାର ହୋଇଛି ।

ତେବେ ପୁଅ ମନୀଷର ମୃତ୍ୟୁକୁ ନେଇ ନବୀନ ଦାସ ସୋସିଆଲ ମିଡିଆରେ ଲେଖିଛନ୍ତି, ଗୁଡୁକୁ ସବୁଦିନ ପାଇଁ ହରେଇଲି । ପ୍ରଭୁ ମହାକାଳ ତାଙ୍କୁ ଅପାର ଶାନ୍ତି ଦିଅନ୍ତୁ ।

ଆଜି ପାତ୍ରପଡ଼ା ନିକଟସ୍ଥ ଏକ ପୋଖରୀରୁ ମନୀଷଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଏନେଇ ସ୍ଥାନୀୟ ପୋଲିସ ଏବଂ କମିଶନରେଟ୍ ପୋଲିସ ପକ୍ଷରୁ ଛାନଭିନ୍ ଆରମ୍ଭ ହୋଇଛି । ପୁଅ ମଧ୍ୟ ବାପାଙ୍କ ନିର୍ଭୟ ଖବର କାଗଜର ପରିଚାଳନାରେ ସାହାଯ୍ୟ କରୁଥିଲେ । ଆସନ୍ତା ମାସରେ ତାଙ୍କର ବାହାଘର ହେବା ନେଇ ସ୍ଥିର ହୋଇଥିଲା ।