କନକ ବ୍ୟୁରୋ: ନିଆରା ପରମ୍ପରାରେ ନୂଆଁଖାଇ ପାଳନ । ମଦମୁକ୍ତି ପାଇଁ ଆହ୍ୱାନ ଦେଇ ଦୁଇଟି ଗାଁର ପ୍ରାୟ ୫ହଜାର ଲୋକ ଏକାଠି ନୂଆଁଖାଇବାର ପସ୍ତୁତି ହୋଇଛି । ଚଳିତ ବର୍ଷ ଏଭଳି ଏକ ଭିନ୍ନ ପରମ୍ପରା ଦେଖିବାକୁ ମିଳିବ ପାଟଣାଗଡ଼ରେ । ମଦମୁକ୍ତ ଆହ୍ୱାନ ଦେଇ ଗାଁର ଚୌକିଦାର ସାହି ସାହି ବୁଲି ଡ଼େଙ୍ଗୁରା ପିଟୁଥିବାର ଦେଖିବାକୁ ମିଳିଥିଲା । ଆସନ୍ତା ୩ତାରିଖରେ ସମସ୍ତେ ଏକାଠି ନୂଆଖାଇବା ସହ କେହି ମଦପାନ କରିବେ ନାହିଁ ବୋଲି ଲୋକଙ୍କୁ ସଚେତନ କରାଯାଇଛି । ପୂର୍ବରୁ ଏକାଠି ନୂଆଖାଇବାର ପରମ୍ପରା ରହିଥିବା ବେଳେ ଏହା ଏବେ ଦେଖିବାକୁ ମିଳିନଥିଲା ।

Advertisment

publive-image

କିନ୍ତୁ ଚଳିତ ବର୍ଷ ବଲାଙ୍ଗିର ବ୍ଲକ ଜଲିଆ ଓ ଡ଼ାହିମାଲ ଦୁଇ ଗାଁର ଲୋକ ଏକାଠି ବସି ନୂଆ ଖାଇବେ ବୋଲି ନିସ୍ପତି ହୋଇଛି । ଗାଁର ଗଉଁନ୍ତିଆ ଲଳିତ ମୋହନ ପୁଟେଲ ବାଜା ବଜାଇ ଗ୍ରାମଦେବତୀଙ୍କୁ ପୂଜାର୍ଚ୍ଚନା କରିବା ପରେ ଗାଁର ପ୍ରତେକ ଘରେ ଘରେ ବୁଲି ଏକାଠି ନୂଆ ଖାଇବା ପାଇଁ ନିଉତା ଦେଇଛନ୍ତି । ଏଥିରେ ତାଙ୍କୁ ଗାଁର ମହିଳା ମଧ୍ୟ ସାହାଯ୍ୟ କରିଛନ୍ତି । ଘରଦ୍ୱାର ସଫା କରିବା ସହ ରଙ୍ଗ ଦେବା କାର୍ଯ୍ୟ କରିଛନ୍ତି । ଲୋକମାନେ କୁରେଇ ପତ୍ରରେ ନୂଆଖାଇବାର ବ୍ୟବସ୍ଥା ରହିଥିବା ବେଳେ ଗାଁର ମହିଳା ମାନେ ଏକାଠି ହୋଇ ବାଜା ବଜାଇ ଜଙ୍ଗଲକୁ ପତ୍ର ତୋଳିବାର ଦେଖିବାର ମିଳିଛି ମିଳିଛି ।