ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲଙ୍କୁ ମିଳିଲା ଅନୁମତି । ମା’ଙ୍କ ଦାହ ସଂସ୍କାର ଲାଗି ଜେଲରୁ ଗୋଟିଏ ଦିନ ପାଇଁ ଯିବାକୁ ମିଳିଲା ଅନୁମତି ।

821

କନକ ବ୍ୟୁରୋ: ପୁଞ୍ଜିଲାଲକୁ ମିଳିଲା ଅନୁମତି । ମାଆଙ୍କ ଦାହ ସଂସ୍କାର ପାଇଁ ପାର୍ସଲ ବୋମା ବିସ୍ଫୋରଣର ଖଳନାୟକ ପୁଂଜିଲାଲ ମେହେରଙ୍କୁ ମିଳିଲା ଗୋଟିଏ ଦିନ ପାଇଁ ସ୍ୱୀକୃତି ଦେଲେ ପାଟଣାଗଡ ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟ । ସନାତନ ହିନ୍ଦୁ ଆଇନ ଆଧାରରେ ପୁଞ୍ଜିଲାଲଙ୍କୁ ପାଟଣାଗଡ଼ ଏଡିଜେ ଦିନିକିଆ ଅନୁମତି ଦେବା ପରେ ଅର୍ଡରକୁ ବଲାଙ୍ଗୀର ଜେଲ ପଠାଇ ଦେଇଛନ୍ତି। ତେବେ ପୁଲିସ୍ ହେପାଜତରେ ମାଆଙ୍କ ଅନ୍ତେଷ୍ଟିରୋ ଯୋଗଦେବାକୁ ପୁଂଜିଲାଲଙ୍କୁ ଅନୁମତି ଦେଇଛନ୍ତି କୋର୍ଟ ।

ସୂଚନା ମୁତାବକ, ପାର୍ସଲ ବୋମା ବିସ୍ଫୋରଣର ଖଳନାୟକ ପୁଂଜିଲାଲ ମେହେରଙ୍କର ମା’ଇନ୍ଦୁମତୀ ମେହେରଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ପଂଜିଲାଲକୁ ତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବାକୁ ଅନୁମତି ଦିଆଯାଇନଥିଲା ।  ଫଳରେ ବଲାଙ୍ଗିର ଡ଼ାକ୍ତରଖାନାରେ ଦୀର୍ଘ ସମୟ ଧରି ପଡ଼ି ରହିଛି ପୁଂଜିଲାଲଙ୍କ ମା’ଙ୍କ ମୃତଦେହ । ପୁଂଜିଲାଲ ଏଥିପାଇଁ ପାଟଣାଗଡ଼ କୋର୍ଟରେ ପାରୋଲ ପାଇଁ ଆବେଦନ କରିଥିବା ବେଳେ ଅନୁମତି ମିଳିନଥିବାରୁ ସେ ତାଙ୍କ ମା’ଙ୍କ ପାଖରେ ପହଂଚି ପାରିନଥିଲେ ।

ଫଳରେ ବଲାଙ୍ଗିର ଡ଼ାକ୍ତଖାନା ଫ୍ରିଜରରେ ମା’ଙ୍କ ମୃତଦେହ ରଖାଯାଇଛି । କ୍ୟାନ୍ସରରେ ଦୀର୍ଘଦିନ ହେଲା ପୀଡ଼ିତ ଥିଲେ ପୁଂଜିଲାଲଙ୍କ ମା’ଇନ୍ଦୁମତୀ । ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣରେ ମୁଖ୍ୟ ଅଭିଯୁକ୍ତ ହେଲେ ପୁଂଜିଲାଲ । ୨୦୧୮ରେ ପାର୍ସଲ ବୋମା ପଠାଇ ପୁଂଜିଲାଲ ଦୁଇ ଜଣଙ୍କ ଜୀବନ ନେଇଥିଲେ । ଏଥିପାଇଁ ସେ ଗିରଫ ହୋଇ ଜେଲରେ ସଜା କାଟୁଛନ୍ତି ।