କନକ ବ୍ୟୁରୋ : ପାଟଣାଗଡରେ କାହାର ପଲା ଭାରି । କାହାକୁ ନିଜର ନେତା ବାଛିବେ ଜନତା । ଏଭଳି ପ୍ରଶ୍ନ ଏବେ ଉଙ୍କି ମାରୁଛି । ପାଟଣାଗଡ ପାଇଁ ଭୋଟଗ୍ରହଣ ଆରମ୍ଭ ହୋଇଥିବା ବେଳେ ସକାଳୁ ସକାଳୁ ମତଦାନ କେନ୍ଦ୍ରରେ ଲମ୍ବା ଲାଇନରେ ଛିଡା ହୋଇଛନ୍ତ ଭୋଟର । ପାଟଣାଗଡ, ପାଟଣାଗଡ ବ୍ଳକ୍, ବେଲପଡା ବ୍ଳକ୍ ଏବଂ ଖପ୍ରାଖୋଲ ବ୍ଳକକୁ ନେଇ ପାଟଣାଗଡ ନିର୍ବାଚନ ମଣ୍ଡଳୀ ଗଠିତ । ଦୀର୍ଘ ବର୍ଷ ଧରି ବିଜେପିର ଏହା ଗଡ ହୋଇ ରହିଛି ।
ପାଟଣାଗଡ ନିର୍ବାଚନ ମଣ୍ଡଳୀ
୨୦୧୯ର ଲଢେଇ
ବିଜେଡି: ସରୋଜ ମେହେର
କଂଗ୍ରେସ: ରମେଶ ପୁରୋହିତ
ବିଜେପି: କନକ ବର୍ଦ୍ଧନ ସିଂହଦେଓ
ବିଜେଡି: ସରୋଜ ମେହେର
- ବ୍ୟବସାୟରୁ ରାଜନୀତି
- ୨ ବର୍ଷ ହେଲା ବିଜେଡିରେ ସାମିଲ
- ସାଂଗଠନିକ ଦକ୍ଷତା ରହିଛି
- ପ୍ରଥମଥର ନିର୍ବାଚନ ଲଢୁଛନ୍ତି
କଂଗ୍ରେସ: ରମେଶ ପୁରୋହିତ
- ଇଂଜିନିୟର ଏବଂ ପରେ ବ୍ୟବସାୟରୁ ରାଜନୀତି
- ୧୬ ବର୍ଷ ହେଲା କଂଗ୍ରେସରେ ଅଛନ୍ତି
- ସମାଜସେବୀ ଓ ନିର୍ମଳ ଭାବମୂର୍ତି
- ପ୍ରଥମଥର ବିଧାୟକ ପ୍ରାର୍ଥୀ
ବିଜେପି: କନକ ବର୍ଦ୍ଧନ ସିଂହଦେଓ
- ବିଜେପିର ବିଧାୟକ ଦଳ ନେତା
- ୫ ଥର ବିଧାୟକ
- ପୂର୍ବତନ ବିଜେପି ରାଜ୍ୟ ସଭାପତି
- ପଶ୍ଚିମ ଓଡିଶାରେ ବିଜେପିର ଟାଣୁଆ ଚେହେରା
ମୁହାଁମୁହିଁ ପ୍ରାର୍ଥୀ
- ବିଜେଡି ପ୍ରାର୍ଥୀ ସରୋଜ ମେହେର ୨ ବର୍ଷ ହେଲା ଦଳରେ ସାମିଲ ହୋଇ ସଂଗଠନ ସୁଦୃଢ କରିଛନ୍ତି
- ୧୬ ବର୍ଷ ହେଲା କଂଗ୍ରେସରେ ଥାଇ ସଂଗଠନ କରିଥିବା ଏବଂ ସମାଜସେବୀ ରମେଶ ପୁରୋହିତଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ
- ବିଜେପି ପ୍ରାର୍ଥୀ କନକ ବର୍ଦ୍ଧନ ସିଂହଦେଓ ୫ ଥରର ବିଧାୟକ ଏବଂ ବର୍ତମାନ ବିଧାୟକ ଦଳ ନେତା ଅଛନ୍ତି
୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୭ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୨ ଲକ୍ଷ ୫୨ ହଜାର ୭୩୮
- ମତ ଦେଇଥିଲେ – ୧ ଲକ୍ଷ ୮୩ ହଜାର ୨୯୫
- ଭୋଟଦାନ ହାର – ୭୨.୫୨%
୨୦୧୪ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ପ୍ରକୃତି ଦେବୀ ସିଂଦେଓ ବିଜେଡି ୬୦,୭୧୯ ୩୩.୧୩% ପରାସ୍ତ
କିଶୋର କୁମାର ପରିଛା କଂଗ୍ରେସ ୩୩,୬୯୭ ୧୮.୩୮% ପରାସ୍ତ
କନକ ବର୍ଦ୍ଧନ ସିଂହଦେଓ ବିଜେପି ୭୪,୩୭୨ ୪୦.୫୮% ବିଜୟ
କିଏ ମାରିଥିଲା ବାଜି?
- ବିଜେପିର କନକ ବର୍ଦ୍ଧନ ସିଂହଦେଓ ନିର୍ବାଚନ ଜିତିଥିଲେ
- ୭୪ ହଜାର ୩୭୨ ଖଣ୍ଡ ଭୋଟ ପାଇଥିଲେ ବିଜେପି ପ୍ରାର୍ଥୀ
- ବିଜେଡ଼ି ପ୍ରାର୍ଥୀ ପ୍ରକୃତି ଦେବୀ ସିଂହଦେଓଙ୍କୁ ପରାସ୍ତ କରିଥିଲେ
- ୧୩ ହଜାର ୬୫୩ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୫ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ
ପାଟଣାଗଡ ବିଧାନସଭା ଆସନ
- ୧୯୫୧ରେ ଗଠନ ହୋଇଥିଲା ପାଟଣାଗଡ ନିର୍ବାଚନମଣ୍ଡଳୀ
- ବଲାଙ୍ଗୀର ଲୋକସଭା କ୍ଷେତ୍ର ଅର୍ନ୍ତଭୁକ୍ତ
- ବିଜେପିର ଦବଦବା ରହିଛି
- ବିଜେପିରୁ କନକ ବର୍ଦ୍ଧନ ସିଂହଦେଓ ୫ ଥର ବିଧାୟକ (୧୯୯୫ରୁ ଅଛନ୍ତି)
- ବିଜେଡି ଏଠାରେ ଖାତା ଖୋଲିନାହିଁ