କନକ ବ୍ୟୁରୋ: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ଘଟଣାର ଅଭିଯୁକ୍ତ ପୁଞ୍ଜିଲାଲ ମେହେର ପଢ଼ିବେ ସାମ୍ବାଦିକତା । ଜେଲରେ ଥାଇ ପାଠପଢ଼ିବା ନେଇ ଆବେଦନ କରିଛନ୍ତି ପୁଞ୍ଜିଲାଲ । ଭୁବନେଶ୍ୱର ୟୁନିଟ୍-୬ ସ୍ଥିତ ଷ୍ଟଡି ସେଣ୍ଟରରେ ସେ ପାଠ ପଢ଼ିବା ପାଇଁ ଆବେଦନ କରିଥିବା ସୂଚନା ରହିଛି । ଆବେଦନ କରିଥିବା ଯୋଗୁଁ ତାଙ୍କୁ ଜେଲ ମାନୁଏଲ ଅନୁସାରେ ପାଠ ପଢ଼ିବା ପାଇଁ ସୁଯୋଗ ଦିଆଯିବ । ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ସେ ଏହି ସାମ୍ବାଦିକତା ପାଠ ପଢ଼ିିବା ପାଇଁ ଆବେଦନ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତି ଅର୍କକେଶରୀ ଦାସ ମହାପାତ୍ର ।
ପାଟଣାଗଡ଼ ପାର୍ସଲ ବୋମା ଘଟଣାର ଅଭିଯୁକ୍ତ ପୁଞ୍ଜିଲାଲ ମେହେର ପଢ଼ିବେ ସାମ୍ବାଦିକତା ପାଠ। ଜେଲରେ ଥାଇ ପାଠପଢ଼ିବା ନେଇ କଲେ ଆବେଦନ।
/kanak/media/post_attachments/wp-content/uploads/2022/11/9-7.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)