ପାଟଣାଗଡର ଦରଦୀ ବିଧାୟକ: ଦରମା ଟଙ୍କାକୁ ଗରିବ ଲୋକଙ୍କୁ ବାଣ୍ଟି ଦେଉଛନ୍ତି ବିଜେଡି ବିଧାୟକ ସରୋଜ ମେହେର

Advertisment
ପାଟଣାଗଡର ଦରଦୀ ବିଧାୟକ: ଦରମା ଟଙ୍କାକୁ ଗରିବ ଲୋକଙ୍କୁ ବାଣ୍ଟି ଦେଉଛନ୍ତି ବିଜେଡି ବିଧାୟକ ସରୋଜ ମେହେର

କନକ ବ୍ୟୁରୋ: ପାଟଣାଗଡ ବିଧାୟକଙ୍କ ଭିନ୍ନ ରୂପ । ଜଣେ କାର୍ଯ୍ୟରତ କର୍ମଚାରୀଙ୍କୁ ସର୍ବସମ୍ମୁଖରେ ଉଠ୍ ବସ କରାଇ ଜେଲ ଦଣ୍ଡ ଭୋଗିବା ନେଇ ଚର୍ଚ୍ଚାକୁ ଆସିଥିଲେ ପାଟଣାଗଡ ବିଧାୟକ ସରୋଜ ମେହେର । ହେଲେ ଜେଲରୁ ବେଲରେ ଆସିବା ପରେ ବିଧାୟକଙ୍କର ଗୋଟିଏ ପରେ ଗୋଟିଏ ମହତ୍ କାର୍ଯ୍ୟ ପାଇଁ ଏବେ ସେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ଜେଲରୁ ବାହାରିବା ପରେ ବିଜେଡିର ଏହି ଦବଙ୍ଗ ନେତାଙ୍କର ଠାଣୀ ଏବେ ପୂରା ପୁରି ବଦଳିଯାଇଛି । କେତେ ବେଳେ ଲାଂଚୁଆ ଅଫିସରଙ୍କ ନିଦ ହାରାମ କରିଦେଲେଣି ତ ପୁଣି କେତେବେଳେ ଜନତାଙ୍କ ହୀତ ପାଇଁ ସରକାରୀ ଅଧିକାରୀଙ୍କ ସହ ମୁହାଁମୁହିଁ ହୋଇଯାଉଛନ୍ତି । ଏପରିକି ପାଟଣାଗଡ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଡାକ୍ତରଖାନାର ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିବା ସହ ସବୁ ସମସ୍ୟାର ସମାଧାନ କରିବି ବୋଲି ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଉଛନ୍ତି । ତେବେ ବିଧାୟକଙ୍କର ଏଭଳି ଆଚରଣକୁ ସାଧାରଣ ଲୋକେ ବେଶ୍ ପ୍ରଂଶସା କରିଛନ୍ତି ।

publive-image

ସରୋଜ ମେହେରଙ୍କୁ ନେଇ ଏବେ ପୁଣି ଏକ ଖବର ସାମ୍ନାକୁ ଆସିଛି । ଯାହାକୁ ଜାଣିବା ପରେ ଆପଣ ବି ତାଙ୍କୁ ସାବାସୀ ନଦେଇ ରହିପାରିବେ ନାହିଁ । ସାଧାରଣତଃ ଯିଏ ବି ବିଧାୟକ ହୁଅନ୍ତି ସେ ତାଙ୍କ ଦରମା ଗଣ୍ଡାକ ଆଗେ ନିଜ ପକେଟରେ ପୁରାନ୍ତି । ଏପରିକି ସେମାନେ ନିର୍ବାଚନ ପ୍ରଚାର ବେଳେ ଯାହା ବି ସବୁ ଟଙ୍କା ଖର୍ଚ୍ଚ କରିଥାନ୍ତି ତାହା କେମିତି ଭରଣ ହେବ ସେ ବିଷୟରେ ଚିନ୍ତା କରିଥାନ୍ତି । କିନ୍ତୁ ନବ ନିର୍ବାଚିତ ପାଟଣାଗଡ ବିଧାୟକ ସରୋଜ ମେହେର ସୃଷ୍ଟି କରିଛନ୍ତି ଏକ ଅନନ୍ୟ ପରମ୍ପରା । ସେ ବିଧାୟକ ବାବଦକୁ ପାଉଥିବା ଦରମାକୁ ଜନତାଙ୍କ ଉଦ୍ଦେଶ୍ୟରେ ଦାନ କରିଦେଇଛନ୍ତି ।

publive-image

ତେବେ ସରୋଜଙ୍କୁ ମିଳୁଥିବା ମାସିକ ଦରମାର ୨୫ ପ୍ରତିଶତ ଅର୍ଥ ନିଜ ନିର୍ବାଚନ ମଣ୍ଡଳୀରେ ଥିବା ସମସ୍ତ ଡାକ୍ତରଖାନାଗୁଡିକୁ ଦାନ କରିଦେଉଛନ୍ତି । ଯାହା ଦ୍ୱାରା ଏହି ଟଙ୍କାରେ ଡାକ୍ତରଖାନାମାନଙ୍କରେ ରୋଗୀଙ୍କୁ କିଛି ମାତ୍ରାରେ ସୁବିଧା ମିଳିପାରୁଛି । ସେହିଭଳି ବାକି ୭୫ ପ୍ରତିଶତ ଭାଗ ଟଙ୍କା ସରୋଜ ଗରିବ ଜନସାଧରଣଙ୍କ ସୁବିଧା ଅସୁବିଧାରେ ଖର୍ଚ୍ଚ କରିଦେଉଛନ୍ତି । ଆମ ପ୍ରତିନିଧୀ ଯେତେବେଳେ ତାଙ୍କୁ ପ୍ରଶ୍ନ କରିଥିଲେ କି, ଆପଣ ତ ଆପଣଙ୍କର ସବୁ ଦରମାତକ ଦାନ କରିଦେଉଛନ୍ତି, ଚଳିବେ କେମିତି ? ଆଉ ଏହି ପ୍ରଶ୍ନର ଉତର ଦେଇ ବିଧାୟକ ସରୋଜ ମେହେର ପୁଣି ଥରେ ସମସ୍ତଙ୍କ ହୃଦୟ ଜିତିନେଇଥିଲେ । ସେ କହିଥିଲେ କି, ‘ମୁଁ ଜଣେ ଚାଷୀ ପୁଅ, ମୋର ବ୍ୟବସାୟ ବି ଅଛି । ମୁଁ ବିଗତ ଦିନରେ ଯେମିତି ଚଳୁଥିଲି ସେମିତି ଚଲିବି; ମୋର କୌଣସି ଅଧିକ ଆଡମ୍ବର ପୁର୍ଣ୍ଣ ଜୀବନ ଯାପନ କରିବା ଦରକାର ନାହିଁ ।’ ବିଧାୟକ ତାଙ୍କ ନିଜ ଦରମା ଅର୍ଥ ଦାନ କରି ସାଧାରଣରେ ପୁଣି ଥରେ ଲୋକପ୍ରିୟତା ହାସଲ କରିଛନ୍ତି ଏବଂ ଅନ୍ୟ ବିଧାୟକମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe