କନକ ବ୍ୟୁରୋ : ଆଜି ପାଟଣାଗଡ ବିଧାୟକଙ୍କ ଜାମିନ ଶୁଣାଣି ହେବ । ଇଞ୍ଜିନିୟରଙ୍କୁ କାନ ଧରି ଉଠବସ୍ କରାଇବା ଘଟଣାରେ ଗିରଫ ହୋଇଥିବା ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଜାମିନ୍ ଆବଦେନର ଶୁଣାଣି ଆଜି ହେବ। ଆଜି ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଅଭିଯୁକ୍ତ ବିଧାୟକ ଶ୍ରୀ ମେହେର ଓ ଅଭିଯୋଗକାରୀ ଇଂଜିନିୟରଙ୍କ ପତ୍ନୀ କୋର୍ଟରେ ନିଜ ପକ୍ଷ ରଖିଥିଲେ। ଉଭୟ ପକ୍ଷଙ୍କୁ ଶୁଣିବା ପରେ କୋର୍ଟ ଜାମିନ୍ ଆବେଦନର ଶୁଣାଣି ହେବ ବୋଲି କହିଛନ୍ତି।
ସୂଚନାଯୋଗ୍ୟ ଯେ, ଗତ ୫ ତାରିଖରେ ଗମ୍ଭାରୀ ଗ୍ରାମର ଏକ ରାସ୍ତା କାମ ଯାଞ୍ଚ ପାଇଁ ଯାଇଥିବା ବେଳେ ସେଠାରେ ସର୍ବସାଧାରଣ ସମ୍ମୁଖରେ ବିଧାୟକ ଶ୍ରୀ ମେହେର ଉକ୍ତ ରାସ୍ତା ଦାୟିତ୍ବରେ ଥିବା ଜେଇ ଜୟକାନ୍ତ ଶବରଙ୍କୁ କାନଧରି ଉଠବସ୍ କରାଇଥିଲେ। ଏହି ଘଟଣା ସଂପର୍କରେ ଶ୍ରୀ ଶବରଙ୍କ ପତ୍ନୀ ପ୍ରବୀଣା ରାଜହଂସ ଗତ ୬ ତାରିଖରେ ପାଟଣାଗଡ଼ ଥାନାରେ ବିଧାୟକଙ୍କ ବିରୋଧରେ ଏତଲା ଦେଇଥିଲେ ଏବଂ ପୁଲିସ ମାମଲା ରୁଜୁ କରିଥିଲା। ବିଧାୟକଙ୍କ ଗିରଫ ଦାବି କରି ବଲାଙ୍ଗୀର ଜେଇ ମହାସଂଘ, ଜିଲ୍ଲା ଆଦିବାସୀ ମହାସଂଘ ଆନ୍ଦୋଳନ କରିଥିଲେ। ଶେଷରେ ବିଧାୟକ ଶ୍ରୀ ମେହେରଙ୍କୁ ପୁଲିସ ଗିରଫ କରିଥିଲା।/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/07/BJD_MLA.jpg)