ପାଟଣାଗଡ ଫିଲ୍ମ ନିର୍ମାଣକୁ ପରିବାର ପକ୍ଷରୁ ବିରୋଧ ! ନିର୍ଦ୍ଦିଷ୍ଟ ପୃଷ୍ଠଭୂମି ନଥିବା ଅଭିଯୋଗ,ଥାନାରେ ନିର୍ଦ୍ଦେଶକ ଏବଂ ନିର୍ମାତାଙ୍କ ସମେତ ୩ଜଣଙ୍କ ନାଁରେ ଏତଲା ।

ପାଟଣାଗଡ ଫିଲ୍ମ ନିର୍ମାଣକୁ ପରିବାର ପକ୍ଷରୁ ବିରୋଧ ! ନିର୍ଦ୍ଦିଷ୍ଟ ପୃଷ୍ଠଭୂମି ନଥିବା ଅଭିଯୋଗ,ଥାନାରେ ନିର୍ଦ୍ଦେଶକ ଏବଂ ନିର୍ମାତାଙ୍କ ସମେତ ୩ଜଣଙ୍କ ନାଁରେ ଏତଲା ।

source : IBTimes India

ପାଟଣାଗଡ ପାର୍ସଲ ବୋମା ଘଟଣାକୁ ନେଇ ନିର୍ମିତ ଫିଲ୍ମ ‘ପାଟଣାଗଡ,୨୩ ଫେବୃୟାରୀ ୨୦୧୮ ଓଡିଶା’ ଫିଲ୍ମକୁ ବିରୋଧ କରାଯାଇଛି । ଏହି ଚଳଚ୍ଚିତ୍ରକୁ ବିରୋଧ କରିବା ସହ ପ୍ରଦର୍ଶନ କରାଇ ନ ଦେବାକୁ ଆଇନର ଆଶ୍ରୟ ନିଆଯିବ ବୋଲି ବିସ୍ଫୋରଣରେ ମୃତ ସୌମ୍ୟଶେଖର ସାହୁଙ୍କ ବାପା ଅଧ୍ୟାପକ ରବୀନ୍ଦ୍ର ସାହୁ ଓ ମା’ ସଂଯୁକ୍ତା ସାହୁ ରବିବାର ସନ୍ଧ୍ୟାରେ ତାଙ୍କ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

publive-image

ଅଧ୍ୟାପକ ଶ୍ରୀ ସାହୁ କହିଥିଲେ ଯେ, ଗତ ଫେବ୍ରୁଆରି ୨୩ ତାରିଖ ଘଟିଥିବା ପାର୍ସଲ ବୋମା ବିସ୍ଫୋରଣରେ ତାଙ୍କ ଏକମାତ୍ର ପୁଅ ସୌମ୍ୟ ଶେଖର ଓ ସୌମ୍ୟଙ୍କ ସମ୍ପର୍କୀୟ ଜେଜେମା ଜେମାମଣିଙ୍କ ମୃତ୍ୟୁ ଘଟିଥିଲା। ଏହି ମାମଲା ଏବେ ଅଦାଲତରେ ବିଚାରାଧୀନ ଅଛି। ଅନ୍ୟପକ୍ଷରେ ଏବେ ଏହି ଘଟଣାକୁ ନେଇ ‘ପାଟଣାଗଡ଼’ ନାମରେ ଚଳଚ୍ଚିତ୍ର ନିର୍ମାଣ ଚାଲିଛି। ଏହାର ନିର୍ମାଣ ପୂର୍ବରୁ ପ୍ରଯୋଜକ, ନିର୍ମାତା ଓ ନିର୍ଦେଶକ କେହି ମଧ୍ୟ ତାଙ୍କୁ ସାକ୍ଷାତ ବା ଅବଗତ କରି ନାହାନ୍ତି। ଚଳଚ୍ଚିତ୍ର ପ୍ରଦର୍ଶିନ ହେଲେ ତଦନ୍ତ ଦିଗହରା ହୋଇ ପଡ଼ିବ। ସେହିପରି ସିନେମାରେ ପାର୍ସଲ ବୋମା ଘଟଣାର ଅଭିଯୁକ୍ତ ପୁଞ୍ଜିଲାଲଙ୍କୁ ମୁଖ୍ୟ ଭୂମିକା ତଥା ନାୟକ ଭାବେ ଚିତ୍ରଣ କରା ଯାଇଥିବା ଜାଣିବାରୁ ଏହା ସମାଜ ଉପରେ କୁପ୍ରଭାବ ପକାଇବ ବୋଲି କହିଥିଲେ। ଚଳଚ୍ଚିତ୍ରରେ ତାଙ୍କ ପତ୍ନୀ ସଂଯୁକ୍ତା ସାହୁ, ପୁଅ, ବୋହୂ ତଥା ଅନ୍ୟ ସଦସ୍ୟଙ୍କ ଚରିତ୍ରକୁ କିପରି ଭାବେ ଚିତ୍ରଣ କରା ଯାଇଛି ତାହା ଉପରେ ସନ୍ଦେହ ପ୍ରକାଶ କରିଛନ୍ତି ଶ୍ରୀ ସାହୁ। ଅନ୍ୟପକ୍ଷରେ ଚଳଚ୍ଚିତ୍ର ନିର୍ମାତା ଗଣମାଧ୍ୟମରେ ହାସ୍ୟାସ୍ପଦ, ଲଜ୍ଜାଜନକ ଭଳି ଶବ୍ଦ ବ୍ୟବହାର କରି ଆମକୁ ଅପମାନିତ କରିଥିବା ସେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ସେ ଚଳିଚ୍ଚିତ୍ରର ନିର୍ମାତା ଓ ଉପଦେଷ୍ଟା ଶ୍ରୀଧର ମାର୍ଥା ଓ ଦିଲୀପ ହାଲିଙ୍କ ବିରୋଧରେ ପାଟଣାଗଡ଼ ଥାନାରେ ଗତ ୧୬ ତାରିଖ ଦିନ ଅଭିଯୋଗ କରିଥିବା କଥା କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅଧ୍ୟାପକ ଶ୍ରୀ ସାହୁଙ୍କ ସହିତ ତାଙ୍କ ପତ୍ନୀ ତଥା ଭଇଁଷା କଲେଜ ଅଧ୍ୟକ୍ଷା ସଂଯୁକ୍ତା ସାହୁ ଏବଂ ଓକିଲ ଆଶିଷ ଚନ୍ଦନ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe