କନକ ନ୍ୟୁଜ୍ : ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଚାର୍ଜସିଟ ଦାଖଲ । କ୍ରାଇମବ୍ରାଂଚ ପକ୍ଷରୁ ପ୍ରାଥମିକ ଚାର୍ଜସିଟ ଦାଖଲ ହୋଇଛି । ୩୦୦ ପୃଷ୍ଠାର ଚାର୍ଜସିଟ ଦାଖଲ କରାଯାଇଛି । ଏଥିରେ ୬୦ ଜଣ ସାକ୍ଷୀ ଅଛନ୍ତି । ଏଥିରେ ପୁଂଜିଲାଲ ମେହେରା ବିରୋଧରେ ସାକ୍ଷୀ ଅଛନ୍ତି । ସାଇଟିଂଫିକ ଫରେନସିକ ରିପୋର୍ଟ ଚାର୍ଜସିଟରେ ଦାଖଲ ହେବ ।
କ୍ରାଇମବ୍ରାଂଚ ଏଡିଜି ସନ୍ତୋଷ ଉପାଧ୍ୟାୟ ଏନେଇ ସୂଚନା ଦେଇଛନ୍ତି । ଫେବୃୟାରୀ ମାସ ୨୩ ତାରିଖରେ ବାହାଘରର ୫ ଦିନ ପରେ ବଲାଙ୍ଗୀର ସୌମ୍ୟଶେଖରଙ୍କ ଘରକୁ ଛତିଶଗଡର ରାୟପୁରରୁ ଏକ ଗିଫ୍ଟ ପାର୍ସଲ ଆସିଥିଲା । ଏହାକୁ ଖୋଲିବା ପରେ ହଠାତ୍ ଖୁବଜୋରରେ ବିସ୍ଫୋରଣ ହୋଇଥିଲା । ଏଥିରେ ସୌମ୍ୟଶେଖର ଓ ତାଙ୍କ ଜେଜେ ମାଙ୍କ ମୃତ୍ୟୁ ହୋଇଥିବା ବେଳେ ନବବଧୂ ରିମା ଗୁରୁତର ହୋଇଥିଲେ । ଏହି ଘଟଣାର ମାଷ୍ଟର ମାଇଣ୍ଡ ଅଧ୍ୟାପକ ପୁଞ୍ଜିଲାଲ ମେହେର ଏବେ ଜେଲରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/05/Punjilal.jpg)
/kanak/media/post_attachments/wp-content/uploads/2018/06/9-300x175.jpg)