ଏମିତି ବି ଆସେ ମୃତ୍ୟୁ ! ସ୍ତ୍ରୀଙ୍କ ମୃତଦେହ ନେଇ ବୁର୍ଲାରୁ ଫେରିବା ବେଳେ ପାଟଣାଗଡରେ ଦୁର୍ଘଟଣାଗ୍ରସ୍ତ ହେଲା ଆମ୍ବୁଲାନ୍ସ; ଆଖି ବୁଜିଦେଲେ ସ୍ୱାମୀ

552

କନକ ବ୍ୟୁରୋ : ଏମିତି ବି ଆସେ ମୃତ୍ୟୁ । ଡାକ୍ତରଖାନାରୁ ସ୍ତ୍ରୀଙ୍କ ମୃତଦେହ ଧରି ଗାଁକୁ ଫେରିବା ବାଟରେ ଆମ୍ବୁଲାନ୍ସ ଦୁର୍ଘଟଣାରେ ଆଖି ବୁଜିଦେଲେ ସ୍ୱାମୀ । ବଲାଙ୍ଗୀର ଜିଲ୍ଲା ପାଟଣାଗଡରେ ଏଭଳି ଏକ ଦୁର୍ଘଟଣା ଘଟିଛି । ପଦ୍ମପୁର ରାସ୍ତା ଝୁଲେନ୍ ବର ଗାଁ ନିକଟରେ ଏକ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ତେବେ ମିଳିଥିବା ସୂଚନା ଅନୁସାରେ, ଏହି ଆମ୍ବୁଲାନ୍ସଟି ସମ୍ବଲପୁର ବୁର୍ଲା ଡାକ୍ତରଖାନାରୁ ଆସୁଥିଲା । ଡାକ୍ତରଖାନାରେ ସ୍ତ୍ରୀଙ୍କ ମୃତ୍ୟୁ ହେବା ପରେ ତାଙ୍କ ମୃତଦେହକୁ ଗାଁକୁ ଆଣୁଥିଲେ ସ୍ୱାମୀ । ହେଲେ ଆମ୍ବୁଲାନ୍ସଟି ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହେବା ପରେ ଘଟଣାସ୍ଥଳରେ ହି ସ୍ୱାମୀଙ୍କର ମୃତ୍ୟୁ ହୋଇଛି । ମୃତଙ୍କ ପରିଚୟ ମିଳି ପାରିନଥିବା ବେଳେ ଆମ୍ବୁଲାନ୍ସ ଡ୍ରାଇଭର ଫେରାର ହୋଇଯାଇଛି ।