ଚାରା ଘୋଟାଲା ସହ ଜଡିତ ଥିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆରଜେଡି ସୁପ୍ରିମୋ ତଥା ବିହାରର ପୂର୍ବ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଦ୍ୱାରା ସୁପ୍ରିମକୋର୍ଟ ଦିଆଯାଇଥିବା ଯାଚିକା ଖାରଜ କରିଦିଆଯାଇଛି । ଏହି ଯାଚିକା ଉପରେ ବୁଧବାର ଶୁଣାଣି କରିବାକୁ ଯାଇ ଅଦାଲତ ଯାଚିକାକୁ ଖାରଜ କରିଥିଲେ । ଆପଣଙ୍କୁ କହିରଖୁଛୁ ଏହା ପୂର୍ବରୁ ମଙ୍ଗଳବାର ସିବିଆଇ ତରଫରୁ ଲାଲୁ ଯାଦବଙ୍କୁ ବେଲ୍ ନ ଦିଆଯିବା ପାଇଁ ବିରୋଧ କରାଯାଇଥିଲା । ସିବିଆଇ ସୁପ୍ରିମକୋର୍ଟକୁ ଆଫିଡେବିଟ୍ ପ୍ରଦାନ କରି କହିଥିଲେ ଯେ ଲାଲୁ ଡାକ୍ତରଖାନାରେ ରାଜନୈତିକ ଗତିବିଧିକୁ ନେଇ ସଂଚାଳନ କରିଥାନ୍ତି । ସେ ଲୋକସଭାକୁ ଆଖି ଆଗରେ ରଖି ଜମାନତ ମାଗୁଛନ୍ତି । ସେ ମେଡିକାଲ୍ ଆଧାରରେ ବେଲ୍ ମାଗି ଅଦାଲତକୁ ଭୁଆଁ ବୁଲାଉଛନ୍ତି ।
ସିବିଆଇ ତରଫରୁ ତାଙ୍କୁ ଜାମିନ ନ ମିଳିବା ପାଇଁ କୋର୍ଟରେ ଆପ୍ଲାଏ କରିଥିଲେ । ଯଦି ସବୁ ମାମଲାକୁ ଦେଖାଯାଏ ତେବେ ଲାଲୁଙ୍କୁ ୩ ବର୍ଷ ନୁହଁ ୨୭.୫ ବର୍ଷ ଜେଲ୍ ହେବା ଦରକାର । ସେ ଜେଲରେ ନ ରହି ଡାକ୍ତରଖାନାରେ ବିଶେଷ ଗାର୍ଡଙ୍କ ନଜରରେ ରହୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/04/77461-nrwiwzumpf-1554806371.jpg)
/kanak/media/post_attachments/wp-content/uploads/2019/04/15_03_2019-lalu_court_19045912-300x249.jpg)