କନକ ବ୍ୟୁରୋ: ବିହାରର ନୂଆ ପୋଲିସ ଡିଜି ଭାବେ ଆରଏସ ଭଟ୍ଟିଙ୍କୁ ନିଯୁକ୍ତି ମିଳିଛି । ବିହାର ସରକାରଙ୍କ ଗୃହ ବିଭାଗ ଏନେଇ ଅଧିସୂଚନା ଜାରି କରିଛି । ବର୍ତ୍ତମାନ ସେ ସୀମା ସୁରକ୍ଷା ବଳର ଅତିରିକ୍ତ ମହାନିର୍ଦ୍ଦେଶକ (ପୂର୍ବ କମାଣ୍ଡ) ଭାବେ ଅବସ୍ଥାପିତ ଅଛନ୍ତି । ୧୯୯୦ ବ୍ୟାଚର ଆଇପିଏସ ଅଧିକାରୀ ହେଉଛନ୍ତି ଆରଏସ ଭଟ୍ଟି ।

Advertisment

ଆରଏସ ଭଟ୍ଟି ପାଟନାର ସିଟି ଏସପି ଠାରୁ ନେଇ ବିଏମପିର ଡିଜି ରହିସାରିଛନ୍ତି । ତେବେ ବର୍ତ୍ତମାନ ଯେତେବେଳେ ବିହାରରେ ମଦବନ୍ଦୀ ଆଇନ ଲାଗୁ କରିବା ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଛି ସେତେବେଳେ ଆରଏସ ଭଟ୍ଟି ଡିଜିପି ପଦରେ ଅବସ୍ଥାପିତ ହେବାକୁ ଯାଉଛନ୍ତି । ତେଣୁ ସରକାରଙ୍କ ପାଇଁ ମଧ୍ୟ ଏହା ବଡ ଚ୍ୟାଲେଞ୍ଜ । ଆରଏସ ଭଟ୍ଟି ୨୦୨୫ ଡିସେମ୍ବର ୩୦ଯାଏ ଏହି ପଦରେ ଅବସ୍ଥାପିତ ରହିବେ । ଏହି ସମୟ ମଧ୍ୟରେ ଲୋକସଭା ନିର୍ବାଚନ, ବିହାର ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ ।

publive-image

ବିହାରରେ ଆଇନ ଶୃଙ୍ଖଳାକୁ ଠିକ୍ କରିବା ନୂଆ ଡିଜିପିଙ୍କ ପାଇଁ ବଡ ଚ୍ୟାଲେଞ୍ଜ । ଡିଜିପି ପାଇଁ ୩ଟି ନାମ ତାଲିକାରେ ଥିଲା । ଏଥିରେ ଆଲୋକ ରାଜ, ଶୋଭା ଅହୋତକରଙ୍କ ନାମ ମଧ୍ୟ ରହିଥିଲା । ତେବେ ଆରଏସ ଭଟ୍ଟିଙ୍କ ନାମ ଉପରେ ସରକାର ମୋହର ମାରିଛନ୍ତି । ମୂଳତଃ ପଞ୍ଜାବର ବାସିନ୍ଦା ଭଟ୍ଟି ବର୍ତ୍ତମାନର ଡିଜି ଏସକେ ସିଂଘଲଙ୍କ ଠାରୁ ଡିସେମ୍ବର ୧୯ରେ ଦାୟିତ୍ୱ ଗ୍ରହଣ କରିବେ ।