ଟ୍ରାଫିକ୍ ପୁଲିସ ବ୍ୟବସ୍ଥାରେ ବଡ ପରିବର୍ତ୍ତନ : ଡ୍ୟୁଟିରୁ ହଟିବେ ମୋଟା ପୁଲିସକର୍ମୀ

201

ବିହାରରେ ଏବେ ମୋଟା, ପେଟ ବାହାରିଯାଇଥିବା ଟ୍ରାଫିକ୍ ପୁଲିସକର୍ମୀଙ୍କୁ ଏବେ ଡ୍ୟୁଟିରୁ ହଟାଯିବ । ପୁଲିସ ମୁଖ୍ୟାଳୟ ଏମିତି ଲୋକଙ୍କୁ ଆଉ କାମ କରାଇବନି । ଶାରୀରିକ ରୂପେ ମଜବୁତ୍ ପୁଲିସକର୍ମୀ ଏବେ ସଡକରେ ନଜର ଆସିବେ । ଫେବୃୟାରୀ ମାସର ଶେଷ ପର୍ଯ୍ୟନ୍ତ ଟ୍ରାଫିକ୍ କଣ୍ଟ୍ରୋଲ ସିଷ୍ଟମରେ ବଡ ପରିବର୍ତ୍ତନକୁ ନେଇ ବିଭାଗ ଅଣ୍ଟା ଭିଡିଛି ।

ବିହାରରେ ଟ୍ରାଫିକ୍ ପୁଲିସ ବ୍ୟବସ୍ଥାରେ ବଡ ପରିବର୍ତ୍ତନ ଆସିବ । ଏଡିଜି ମୁଖ୍ୟାଳୟ କୁନ୍ଦନ କୃଷ୍ଣନ୍ କହିଛନ୍ତି କି, ଟ୍ରାଫିକ୍ ନିୟନ୍ତ୍ରଣ କରିବା କାମରେ ଏବେ ଭଲ ଲୋକଙ୍କୁ ନିଆଯିବ । ଏମିତି ପୁଲିସକର୍ମୀ କାମରେ ନିଯୁକ୍ତ ହେବେ, ଯିଏ ଶାରୀରିକ ରୂପେ ସୁସ୍ଥ ଓ ଫିଟ୍ ଥିବେ । ସେ କହିଛନ୍ତି କି, ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପ୍ରଥମେ ହୋମଗାର୍ଡର ଜବାନଙ୍କ ଠାରୁ ସହାୟତା ନିଆଯାଇଥିଲା, କିନ୍ତୁ ସମୀକ୍ଷାରେ ସନ୍ତୋଷଜନକ ପରିଣାମ ଆସିଲାନି ।

ସେ କହିଛନ୍ତି କି, “ଆମର ଚେଷ୍ଟା ଅଛି ଯେ, ଟ୍ରାଫିକକୁ ନେଇ ବିହାରରେ ଏହି ମାସରେ ପରିବର୍ତ୍ତନ ଦେଖାଯାଉ । ଟ୍ରାଫିକ୍ ଡିଏସପିର ଯେତେ ବି ପଦ ଖାଲି ଅଛି ତାକୁ ତତ୍କାଳ ଭର୍ତ୍ତି କରାଯିବ । ଭଲ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଏକ ବିଶେଷ ଟିମର ବି ଗଠନ କରାଯିବ, ଯାହା ଟ୍ରାଫିକ୍ ସିଷ୍ଟମକୁ ନିୟନ୍ତ୍ରଣ କରିବ ।”