ବିହାରରେ ଲାଗୁକରିବାକୁ ଦିଆଯିବ ନାହିଁ ୟୁସିସି, ନୀତିଶ କୁମାର ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡକୁ ଦେଲେ ଭରଷା ।

214

କନକ ବ୍ୟୁରୋ: ୟୁନିଫର୍ମ ସିଭିଲ କୋର୍ଡ ବା ସମାନ ନାଗରିକ ସଂହିତାଙ୍କୁ ନେଇ ସାରା ଦେଶରେ ରାଜନୈତିକ ମାହୋଲ ଗରମ ରହିଛି । ଲ କମିଶନ ୟୁସିସିକୁ ନେଇ ଦେଶର ନାଗରିକଙ୍କ ରାୟ ନେଉଛି । ଯେ ସମାନ ନାଗରିକତା ସଂହିତାକୁ ନେଇ ସେମାନଙ୍କ ରାୟ କଣ । ତେବେ ଅନ୍ୟପଟେ ଏହାକୁ ନେଇ ଅଲଗା ଅଲଗା ରାଜନୈତିକ ଦଳର ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ଦିନକୁ ଦିନ ଏହା ଆହୁରି ଗମ୍ଭୀର ହେବାରେ ଲାଗିଛି । ତେବେ ଏହାରି ଭିତରେ ୟୁନିଫର୍ମ ସିଭିଲ କୋର୍ଡକୁ ନେଇ ଜେଡିୟୁର ବୟାନ ସାମ୍ନାକୁ ଆସିଛି । ସୂଚନା ଅନୁସାରେ ଅଲ ଇଣ୍ଡିଆ ମୁସଲିମ ଫର୍ସନାଲ ଲ ବୋର୍ଡର ଏକ ପ୍ରତିନିଧିମଣ୍ଡଳି ୟୁସିସିକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ସାକ୍ଷାତ କରିଛି । ସେମାନେ ଏହାକୁ ନେଇ ନିଜର ଚିନ୍ତା ପ୍ରକାଶ କରିଛନ୍ତି । ଏହି ପ୍ରତିନିଧିମଣ୍ଡଳି ସହ ଜେଡିୟୁ ଏମଏଲସି ଖାଲିଦ ଅନୱରଏବଂ ମନ୍ତ୍ରୀ ଅଶୋକ ଚୌଧୁରୀ ଉପସ୍ଥିତ ରହିଥିଲେ । ଯେତେବେଳେ ଯାଏ ସମାନ ନାଗରିକ ସଂହିତାକୁ ନେଇ ଦେଶରେ ସହମତି ହୋଇନାହିଁ ସେତେବେଳ ଯାଏ ବିହାରର ୟୁସିସି ଲାଗୁ ହେବ ନାହିଁ ବୋଲି ନୀତିଶ ଭରଷା ଦେଇଛନ୍ତି । କେବଳ ଏତିକି ନୁହେଁ ଦେଶ ସାରା ୟୁସିସିକୁ ବିରୋଧ କରାଯିିବ ବୋଲି କୁହାଯାଇଛି ।