ନୀତିଶ ସରକାରଙ୍କୁ ବଡ ଝଟକା। ଏନଜଟି ଲଗାଇଲେ ୪ ହଜାର କୋଟିର ଜରିମାନା।

ନୀତିଶ ସରକାରଙ୍କୁ ବଡ ଝଟକା। ଏନଜଟି ଲଗାଇଲେ ୪ ହଜାର କୋଟିର ଜରିମାନା।

କନକ ବ୍ୟୁରୋ: ଜାତିଗତ ଜନଗଣନା ଉପରେ ପାଟନା ହାଇକୋର୍ଟର ରୋକ ପରେ ବିହାର ସରକାରଙ୍କୁ ଆଉ ଏକ ଝଟକା ଲାଗିଛି । ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ବର୍ତ୍ତମାନ ବିହାର ସରକାର ଉପରେ ୪ ହଜାର କୋଟିର ଜରିମାନା ଲଗାଇଛନ୍ତି । ୨ ମାସ ଭିତରେ ଏହି ଟଙ୍କା ପୈଠ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବିହାର ସରକାର କଠିନ ଏବଂ ତରଳ ଆବର୍ଜନାର ପ୍ରକ୍ରିୟାକରଣ କରିବାରେ ବିଫଳ ହୋଇଥିବା ଅଭିଯୋଗ ପରେ ଏହି ଜରିମାନା କରାଯାଇଛି । ନ୍ୟାୟମୂର୍ତ୍ତୀ ସୁଧୀର ଅଗ୍ରୱାଲ, ଅରୁଣ କୁମାର ତ୍ୟାଗୀ ଏବଂ ବିଶେଷଜ୍ଞ ସଦସ୍ୟ ଅଫରଜ ଅହମ୍ମଦ ଏବଂ ସନ୍ଥୋଲ ବେଲଙ୍କ ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଖଣ୍ଡପୀଠ କହିଛନ୍ତି, ଏହି ରାଶିର ଉପଯୋଗ ଆବର୍ଜାନର ପ୍ରକ୍ରିୟାକରଣ, ପୁରୁଣା ଆବର୍ଜନାକୁ ହଟାଇବା ସ୍ୱରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟର ସ୍ଥାପନା ପାଇଁ ଖର୍ଚ୍ଚ କରାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe