କନକ ବ୍ୟୁରୋ : ଚର୍ଚ୍ଚିତ ୟୁଟ୍ୟୁବର ମନୀଷ କଶ୍ୟପ ଜେଲରୁ ମୁକୁଳିଛନ୍ତି । ବେୱର ଜେଲରୁ ସେ ବାହାରିବା ବେଳେ ତାଙ୍କୁ ସ୍ୱାଗତ କରିବାକୁ ହଜାର ହଜାର ଲୋକ ଜେଲ ସାମ୍ନାରେ ଭିଡ ଜମାଇଥିଲେ । ହେଲେ ଜାମିନ ପେପରରେ କିଛି ତ୍ରୁଟି କାରଣରୁ ସେ ଜେଲରୁ ବାହାରିପାରି ନାହାଁନ୍ତି । କୁହାଯାଉଛି କି, ତାଙ୍କ ନାମ ମନୀଷ କଶ୍ୟପ ଓରଫ ତ୍ରିପୁରାରୀ  କୁମାର ତିୱାରୀ ହୋଇଥିବା ବେଳେ ଜାମିନ ପେପରରେ ଅଧାନାମ ଲେଖାଯାଇଛି ।

Advertisment

ତାମିଲନାଡୁରେ ତାଙ୍କ ବିରୋଧରେ ଦାଖଲ ହୋଇଥିବା ମାମଲାରେ ପ୍ରଥମରୁ ତାଙ୍କୁ ଜାମିନ ମିଳିଯାଇଥିଲା । ଏବେ ପାଟନା ହାଇକୋର୍ଟ ଓ ସଭିଲ କୋର୍ଟରୁ ମଧ୍ୟ ତାଙ୍କୁ ଜାମିନ ମିଳିବା ତାଙ୍କ ଜେଲରୁ ବାହାରିବାର ସମସ୍ତ ପ୍ରତିବନ୍ଧକ ହଟି ଯାଇଛି । ହେଲେ କୋର୍ଟ କାଗଜରେ କିଛି ତ୍ରୁଟି ଥିବା କାରଣରୁ ସେ ଜେଲରୁ ବାହାରିବାକୁ ଆଉ କିଛି ସମୟ ଲାଗିପାରେ ।

ସେପଟେ ମନୀଷ କଶ୍ୟପ ଆଜି ଜେଲରୁ ବାହାରୁଥିବାର ଖବର ପ୍ରଚାରିତ ହେବା ପରେ ଜେଲ ବାହାରେ ହଜାର ହଜାର ସମର୍ଥକ ତାଙ୍କୁ ସ୍ୱାଗତ କରିବାକୁ ଭିଡ ଜମାଇଥିଲେ । ପରିସ୍ଥିତି ଏଭଳି ହୋଇଥିଲା କି ଭିଡ ରୋକିବାକୁ ପୋଲିସ ଡାକିବାକୁ ପଡିଥିଲା ।