କନକ ବ୍ୟୁରୋ : ପତି ପତ୍ନୀଙ୍କ ମଧ୍ୟରେ ଝଗଡା ଆଜିକାଲି କିଛି ବଡ଼ ଘଟଣା ନୁହେଁ । ହେଲେ ଏମିତି କିଛି ଝଗଡ଼ାକୁ ନେଇ ସ୍ୱାମୀ ରାଗରେ କହିଥିବା କିଛି ଅପଶବ୍ଦକୁ ନେଇ ଜଣେ ମହିଳା କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ।
ବିବାହ ବିଚ୍ଛେଦ ପରେ ଅଲଗା ହୋଇ ରହୁଥିବା ଦମ୍ପତ୍ତି ପରସ୍ପରକୁ ହିଂସ୍ର ଭାଷା କିମ୍ବା ଭୂତ ପ୍ରେତ କହି ଗାଳି କରିବାକୁ କୃରତାରେ ଗଣାଯିବ ନାହିଁ ବୋଲି, ଶନିବାର ପାଟନା ହାଇକୋର୍ଟ କହିଛନ୍ତି । ଏ ମାମଲାରେ ରାଗି କିମ୍ବା ଚିଡ଼ି ଯାଇ କୌଣସି କିଛି କହି ଦେବାକୁ ଅପରାଧ ଧରା ଯିବନାହିଁ ବୋଲି ବିଚାରପତି ବିବେକ ଚୌଧୁରୀ ଜଣାଇଛନ୍ତି । ଝାରଖଣ୍ଡର ସଟେ ବୋକାରୋ ଅଧିବାସୀ ସହଦେବ ଗୁପ୍ତା ଓ ତାଙ୍କ ପୁଅ ନରେଶ ଗୁପ୍ତାଙ୍କ ଏକ କେସ୍ ମାମଲାକୁ ନେଇ କୋର୍ଟ ଏହି ରାୟ ଦେଇଛନ୍ତି ।
ବିବାହ ବିଚ୍ଛେଦ ପରେ ନରେଶ ଗୁପ୍ତାଙ୍କ ପତ୍ନୀ ନିଜ ସ୍ୱାମୀ ଓ ଶଶୂରଙ୍କ ବିରୋଧରେ ଯøତୁକ ବାବଦରେ ଗାଡ଼ି ଆଣିବାକୁ ବାଧ୍ୟ କରି ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ଆଣିଥିଲେ । ମାମଲାର ଶୁଶାଣି ପରେ ୨୦୦୮ ମସିହା ମାଜିଷ୍ଟ୍ରେଟ୍ ଏଥି ପାଇଁ ଏକ ବର୍ଷର ଜେଲ ଦଣ୍ଡ ମଧ୍ୟ ଶୁଣାଇଥିଲେ । ଇତି ମଧ୍ୟରେ ଝାରଖଣ୍ଡ ହାଇକୋର୍ଟ ସେମାନଙ୍କୁ ଛାଡପତ୍ରର ମଞ୍ଜୁରି ଦେଇଥିଲେ ।
ଏହା ପରେ ପାଟଣା ହଇକୋର୍ଟରେ ମହିଳା ଜଣଙ୍କର ଓକିଲ ଆଗରୁ ତାଙ୍କ ଶଶୁର ଘର ଲୋକ ଭୁତ ପିଶାଚ କହି ଘୋର ଗାଳି ଗୁଲଜ କରିଥିବା ଅଭିଯୋଗ ଆଣିଥିଲେ । ଏହା କୃରତାର ଦୃଷ୍ଟାନ୍ତ ଏଣୁ ଏହା ବିରୋଧରେ ସେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।
ହେଲେ କୋର୍ଟ ଏ ମାମଲାକୁ ବିଚାର କରିବା ସହ ଦମ୍ପତ୍ତି ମଧ୍ୟରେ ଖାସ୍ କରି ଅସଫଳ ବୈବାହିକ ସମ୍ପର୍କରେ ଏପରି ଗାଳି ଗୁଲଜ କରିବାର ଅନେକ ଉଦାହରଣ ରହିଛି କିନ୍ତୁ ଏଭଳି ଆବେଦନକୁ କୋର୍ଟ ଗ୍ରହଣ କରିବ ନାହିଁ କିମ୍ବା କିଛି ଘୋର କୃର ଆଚରଣରେ ଏହାକୁ ଗଣା ଯିବ ନାହିଁ ଓ ଆରୋପ ଗ୍ରହଣୀୟ ନୁହେଁ ବୋଲି ମନ୍ତବ୍ୟ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/03/Untitled-1-33.jpg)