ଚର୍ଚ୍ଚାରେ ହାଇକୋର୍ଟଙ୍କ ରାୟ ! ଜାମିନ ପାଇଁ ଆଣିଲେ ନୂଆ ସର୍ତ୍ତ…ଗିରଫ ଅଭିଯୁକ୍ତ ପିଏମ କେୟାର ଫଣ୍ଡକୁ ପଇସା ଦେଲେ ତୁରନ୍ତ ମିଳିବ ଜାମିନ୍

959

କନକ ବ୍ୟୁରୋ: ମଦ ମୁକ୍ତ ଅଂଚଳରେ ମଦ ପିଇଲେ କିମ୍ବା ବିକ୍ରି କଲେ ବାନ୍ଧିବ ପୋଲିସ୍ । ମଦ ମୁକ୍ତ ଅଂଚଳରେ ଯଦି କେହି ନିଶା ଦ୍ରବ୍ୟ ସେବନ କରନ୍ତି କିମ୍ବା ବିକୁ ଥିବାର ଧରା ପଡନ୍ତି ତେବେ ସଂପୃକ୍ତ ବ୍ୟକ୍ତିକୁ ଗିରଫ କରି ଥାନାରେ ରଖିବ ପୋଲିସ୍ । ଖାଲି ଏତିକି ନୁହେଁ ଏହି ମାମଲାରେ ଧରା ପଡି ବନ୍ଧା ହୋଇଥିବା ବ୍ୟକ୍ତିଙ୍କ ପାଖରୁ ଜବତ ହୋଇଥିବା ମଦ ହିସାବରେ ତାଙ୍କଠାରୁ ଟଙ୍କା ମଧ୍ୟ ଆଦାୟ କରାଯିବ । ଅର୍ଥାତ୍ ମଦ ନିଷେଧାଂଚଳରେ ଯଦି କୌଣସି ବ୍ୟକ୍ତି ନିଶାକାରବାରରେ ଧରା ପଡି ଗିରଫ ହୁଅନ୍ତି ଏବଂ ସେ ଟଙ୍କା ଦେଇ ଜାମିନରେ ବାହାରିବାକୁ ଚାହୁଁଛନ୍ତି ତେବେ ତାଙ୍କୁ ତୁରନ୍ତ ଜାମିନ ମିଳିଯିବ ସତ ହେଲେ ଗୋଟିଏ ସର୍ତ୍ତରେ ଅର୍ଥାତ୍ ଜାମିନ ପାଇବାକୁ ହେଲେ ସଂପୃକ୍ତ ଅଭିଯୁକ୍ତଙ୍କୁ ପ୍ରଥମେ ଟଙ୍କା ପିଏମ କେୟାର ଫଣ୍ଡରେ ଜମା କରିବାକୁ ପଡିବ ।

ଦେଶରେ କରୋନା ସଂକଟକୁ ଆଖି ଆଗରେ ରଖି ଏଭଳି ଏକ ଗୁରତ୍ୱପୂଣ୍ଣ ର୍ନିଷ୍ପତି ନେଇଛନ୍ତି ପାଟନା ହାଇକୋର୍ଟ । ଜଷ୍ଟିସ ଅଂଜନୀ କୁମାର ଶରଣ ଗତ ଶନିବାର ଗୋଟିଏ ନୁହେଁ ବରଂ ମଦ ସହ ଜଡିତ ଅନେକ ମାମଲା ଉପରେ ଏଭଳି ନିଷ୍ପତି ଦେଇଛନ୍ତି । ଯେଉଁଥିରେ ପିଏମ କେୟାର ଫଣ୍ଡରେ ଆନୁମାନିକ ୩ ଲକ୍ଷ ଟଙ୍କା ଜମା ହୋଇଥିବା ଜଣାପଡିଛି । କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ଦେଶବ୍ୟାପୀ କଟକଣା ଜାରି କରାଯାଇଛି । ଏବଂ ଏହି ତାଲାବନ୍ଦ କଟକଣା ବେଳେ ମଦ କିଣାବିକା ଉପରେ ପ୍ରତିବନ୍ଧକ ଲଗାଯାଇଥିବା ବେଳେ ଧରା ପଡିଥିବା ଅଭିଯୁକ୍ତଙ୍କ ପିଏମ କେୟାର ଫଣ୍ଡରେ ଟଙ୍କା ଜମା କଲେ ଯାଇ ତାଙ୍କୁ ଜାମିନ ମିଳିବା ନେଇ ନିଷ୍ପତି ଶୁଣାଇଛନ୍ତି ପାଟନା ହାଇକୋର୍ଟ ।

ସେହିଭଳି ଯେପର୍ଯ୍ୟନ୍ତ ସଂପୃକ୍ତ ଅଭିଯୁକ୍ତ ପିଏମ କେୟାର ଫଣ୍ଡକୁ ଟଙ୍କା ଦେଇ ତାର ରସିଦ ଦେଖାଇନାହାନ୍ତି ସେପର୍ଯ୍ୟନ୍ତ ତାଙ୍କ ଜାମିନକୁ ମଂଜୁରୀ ନଦେବାକୁ ନିମ୍ନ ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପାଟନା ହାଇକୋର୍ଟ ।