ଅନେକ ସମୟରୁ ରୋଗଗ୍ରସ୍ତ ଥିବା ବିହାର ପୂର୍ବ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରାଙ୍କ ନିଧନ ହୋଇଯାଇଛି । ରାଜଧାନୀ ଦିଲ୍ଲୀରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ନିଧନର ଖବର ଶୁଣିବା ମାତ୍ରେ ରାଜନୀତି ଜଗତରେ ଶୋକର ଛାୟା ଖେଳିଯାଇଛି । ନିଜର ରାଜନୈତିକ ଜ୍ଞାନ ଯୋଗୁଁ ସେ ବିହାରରେ ୩ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ ।
୧୯୭୫ ମସିହାରେ ସେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଦ୍ୱିତୀୟଥର ପାଇଁ ୧୯୮୦ ଏବଂ ତୃତୀୟଥର ପାଇଁ ସେ ୧୯୮୯ ରୁ ୧୯୯୦ ପର୍ଯ୍ୟନ୍ତ ବିହାରର ଦାୟିତ୍ୱ ବହନ କରିଥିଲେ । ନବେ ଦଶକରେ ସେ ମଧ୍ୟକେନ୍ଦ୍ରୀୟ କ୍ୟାବିନେଟ୍ ର ମଧ୍ୟ ମନ୍ତ୍ରୀ ହୋଇଥିଲେ । ବିହାରର ପୂର୍ବ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରା ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ବିହାର ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଭାବେ କାର୍ଯ୍ୟରତ ଥିଲେ । ଏହି ସମୟରେ ସେ ୪୦ ଟି ବହି ଲେଖିଥିଲେ । ପ୍ରଥମରୁ ରାଜନୀତିରେ ରୁଚି ରଖୁଥିବା ଜଗନ୍ନାଥ ୯୦ ଦଶକରେ ଏଥିରେ ପ୍ରବେଶ କରିଥିଲେ । ତାଙ୍କ ବିୟୋଗରେ ସମ୍ପୁର୍ଣ୍ଣ ରାଜନୀତି ଜଗତ ଶୋକରେ ମ୍ରିୟମାଣ ହୋଇପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/08/CM-2.jpg)
/kanak/media/post_attachments/wp-content/uploads/2019/08/former-bihar-cm-jagannath-mishra-dies_277858-300x180.jpg)