ତୁହାକୁ ତୁହା ଲଗାଣ ବର୍ଷା କାରଣରୁ ବିହାରର ପଟନା ସହର ପାଣିରେ ବୁଡିଗଲାଣି । ବର୍ଷା ଯୋଗୁଁ ଲୋକଙ୍କ ମୃତ୍ୟୁ ସଂଖ୍ୟା ମଧ୍ୟ ଧିରେ ଧିରେ ବଢିବାରେ ଲାଗିଲାଣି । ହସ୍ପିଟାଲରେ ପାଣି , ଘରେ ପାଣି ଏମିତିକି ସ୍କୁଲ , କଲେଜରେ ବି ପଶିଲାଣି ପାଣି । ଏଭଳି ସ୍ଥିତିରେ ଲଗାଣ ବର୍ଷା କାରଣରୁ ଲୋକଙ୍କ ଦୈନନ୍ଦିନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି । ଏଭଳି ଭୟଙ୍କର ପରିସ୍ଥିତିରେ ପଟନାରେ ଜଣେ ମଡେଲ୍ ହସିହସି ବର୍ଷାପାଣିରେ ଫଟୋସୁଟ୍ କରିବାର ଖବର ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । ପଟନାର ଜଣେ ଯୁବ ଫଟୋଗ୍ରାଫର୍ ସୌରବ ଅନୁରାଜଙ୍କ କହିବା ଅନୁସାରେ , ମଡେଲ୍ ଜଣକ ବର୍ତ୍ତମାନ ସମୟରେ ପଟନାର ଦୃଶ୍ୟ ଏବଂ ପରିସ୍ଥିତିକୁ ଦେଖାଇବା ପାଇଁ ଫଟୋସୁଟ୍ କରାଇଥିଲେ ।
ସୋସିଆଲ୍ ମିଡିଆରେ କିଛି ଲୋକ ଏହି ଫଟୋର ପ୍ରଶଂସା କରିଥିବା ବେଳେ ଆଉ କିଛି ଏହାକୁ ଦୃଢ ନିନ୍ଦା କରିଛନ୍ତି । ଫଟୋସୁଟ୍ କରିଥିବା ମଡେଲଙ୍କ ନାଁ ହେଉଛି ଅଦିତି ସିଂହ । ସୋସିଆଲ୍ ମିଡିଆରେ ଏହି ଫଟୋ ଉପରେ ପ୍ରଶ୍ନ ଉଠାଇ ୟୁଜର୍ ଲେଖିଛନ୍ତି ପଟନା ପାଣିରେ ବୁଡୁଥିବା ବେଳେ ମଡେଲଙ୍କ ଏଭଳି ଫଟୋସୁଟ୍ କେବଳ ଫେମଶ୍ ହେବା ପାଇଁ କରିଛନ୍ତି । ଏହି ପ୍ରଶ୍ନର ଉତ୍ତରରେ ଫଟୋଗ୍ରାଫର୍ ସୌରଭ କହିଛନ୍ତି , ଏଭଳି ପରିସ୍ଥିତିରେ ପାଣି ଭିତରକୁ ଯାଇ ଫଟୋସୁଟ୍ କରାଇବାକୁ କାହାକୁ ଭଲ ଲାଗିନଥାଏ କିନ୍ତୁ ସମସ୍ତଙ୍କ ନିଜର କିଛି ସୃଜନଶୀଳତା ଥାଏ ବାସ୍ ଆମେ ଆମ ଦୃଷ୍ଟିକୋଣକୁ ହିଁ ଫଟୋସୁଟ୍ ମାଧ୍ୟମରେ ଜଣାଇଛୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/09/images-11-1.jpg)
/kanak/media/post_attachments/wp-content/uploads/2019/09/images-10-1-300x169.jpg)
/kanak/media/post_attachments/wp-content/uploads/2019/09/images-12-1-300x225.jpg)