ସୁନା,ଗହଣା ଛାଡି ପିଆଜ ମୋହରେ ଚୋର ! ଗୋଦାମରୁ ଚୋରୀ ହେଲା ୮ ଲକ୍ଷ ଟଙ୍କାର ପିଆଜ, ଚୋର ଟେକିନେଲେ ୩୨୮ ବସ୍ତା ପିଆଜ । 

449

ପିଆଜର ଦାମ୍ ଆକାଶଛୁଆଁ ହେବା ପରେ ଲୋକଙ୍କ ମୁଣ୍ଡବ୍ୟଥା ବଢିବା ସଙ୍ଗେ ସଙ୍ଗେ ଚୋରଙ୍କ ପ୍ରକୃତି ମଧ୍ୟ ବଦଳିଛି । ଏବେ ସୁନା,ଗହଣା ନୁହଁ ଚୋରଙ୍କ ଟ୍ରେଣ୍ଡରେ ଅଛି ପିଆଜ । ବିହାରର ଚୋରଙ୍କୁ ଏବେ ପିଆଜ ଚୋରୀ କରିବାର ନିଶା ଲାଗିଛି । ପଟଣାର ଫତୁହା ଥାନାର ସୋନାରୁ ଅଞ୍ଚଳରେ ଚୋରମାନେ ଗୋଟିଏ ଗୋଦାମରୁ ୮ ଲକ୍ଷ ଟଙ୍କାର ପିଆଜ ଚୋରୀ କରିବା ସହ ୧.୮୩ ଲକ୍ଷ ନଗଦ ଟଙ୍କା ନେଇ ଛୁ’ ମାରିଛନ୍ତି । କୋଲହର ଗାଁ ନିବାସୀ ପିଆଜ ବ୍ୟବସାୟୀ ଧିରଜ କୁମାର ଫତୁହା ଥାନାରେ ଏନେଇ ଏତଲା ଦେଇଛନ୍ତି ।

ଚୋରମାନେ ୩୨୮ ବସ୍ତା ପିଆଜ ଚୋରାଇଥିବା ଜଣାପଡିଛି । ପୋଲିସ୍ ଗୋଦାମରେ ଲାଗିଥିବା ସବୁ ସିସିଟିଭି କ୍ୟାମେରାର ଜାଞ୍ଚ୍ କରୁଛି । ତେବେ ମହଙ୍ଗାର ଶୀର୍ଷରେ ଥିବା ପିଆଜ ଲୋକଙ୍କ ରୋଷେଇଘରେ ଆଉ ଦେଖାଯାଉନି । ବଜାରରେ ଗୋଟିଏ ସପ୍ତାହ ଭିତରେ ପିଆଜ ଦର ଆକାଶଛୁଆଁ ହୋଇଯାଇଛି । ୫୦ ରୁ ୫୫ ଟଙ୍କା କିଲୋ ପିଛା ବିକ୍ରି ହେଉଛି ପିଆଜ । ଅନ୍ୟ ରାଜ୍ୟମାନଙ୍କରେ ତ ପିଆଜର ଦାମ୍ ୮୦ ରୁ ୯୦ ଟଙ୍କା ରହିଛି । ଏଭଳି ସ୍ଥିତିରେ ବିହାରରୁ ୮ ଲକ୍ଷ ଟଙ୍କାର ପିଆଜ ଚୋରୀ ହେବା ଘଟଣା ଚାରିଆଡେ ଆଲୋଡନ ସୃଷ୍ଟି କରିଛି ।