ଦେଶରେ ଜାତି ଏବଂ ଧର୍ମାନ୍ଧତାକୁ ନେଇ ଯେଉଁଠି କଳହ ସୃଷ୍ଟି ହେଉଛି । ସେଠାରେ ସର୍ବଧର୍ମ ସମନ୍ୱୟ ଏବଂ ଭାଇଚାରାର ପ୍ରମାଣ ଦେଇଛନ୍ତି ଏହି ବ୍ୟକ୍ତି । ନାଁ ତାଙ୍କର ଅରମାନୀ ଖାଁ । ଦିନରେ ପାଞ୍ଚଥର ନମାଜ ପଢି ନିଜ ଧର୍ମକୁ ସମ୍ମାନ ଦେବା ସଙ୍ଗେ ସଙ୍ଗେ ନବରାତ୍ରୀ ସମୟରେ ୯ ଦିନର ଉପବାସ କରି ସମାଜର କଲ୍ୟାଣ ପାଇଁ ପୂଜା କରିଥାନ୍ତି । ନବରାତ୍ରୀ ସମୟରେ ମଧ୍ୟ ମା’ଦୂର୍ଗାଙ୍କ ପୂଜା କରିବା ସମୟରେ ନମାଜ ସମୟରେ ସେ ମଣ୍ଡପରେ ନମାଜ ପଢିଥା’ନ୍ତି । ଗୋଟିଏ ପଟୁ ମା’ଙ୍କ ମନ୍ତ୍ର ଉଚ୍ଚାରଣର ଧ୍ୱନି ଶୁଣାଯିବା ସହ ସେହି ମଣ୍ଡପରେ ହିଁ ନମାଜର ଅଜାନ୍ ମଧ୍ୟ ଶୁଣାଯାଏ । ମା’ଙ୍କ ପୂଜା ନିମିତ୍ତ ୯ ଦିନ ଧରି ଫଳାହାର କରୁଥିବା ଏହି ମୁସଲମାନ୍ ବ୍ୟକ୍ତିଙ୍କ ହିନ୍ଦୁ ଧର୍ମ ତଥା ପର୍ବ ପ୍ରତି ଥିବା ଆସ୍ଥା ଏବଂ ଶ୍ରଦ୍ଧା ଦେଖି ଲୋକ ତାଙ୍କୁ ସଦଭାବନାର ପୂଜାରୀ ଭାବିଥାନ୍ତି ।
ତେବେ ବର୍ତ୍ତମାନ ନିଜ ଘର ଛାଡି ସେ ମା’ଙ୍କ ପୂଜାମଣ୍ଡପରେ ହିଁ ରହୁଛନ୍ତି । ଏଠାରେ ହିଁ ଏକ ସଙ୍ଗେ ମା’ଙ୍କ ଆରାଧନା ଏବଂ ନମାଜର ଅଦା କରନ୍ତି ଅରମାନୀ । ତେବେ ଅରମାନୀଙ୍କ ଏହି ଭକ୍ତି ଦେଖି ବଗହା ନବଦୂର୍ଗା କମିଟିର ସଦସ୍ୟମାନେ ତାଙ୍କୁ କମିଟିର ଅଧ୍ୟକ୍ଷ ଦାୟିତ୍ୱ ଦେଇଛନ୍ତି । ତେବେ ଅରମାନୀ ୩ ବର୍ଷ ଧରି ମା’ଙ୍କ ପୂଜା ପାଇଁ ଉପବାସ କରୁଛନ୍ତି ।
ତେବେ ଏନେଇ ଅରମାନୀ ଖାଁଙ୍କୁ ପଚାରିଲେ ସେ କୁହନ୍ତି , ଆସ୍ଥା ଏବଂ ବିଶ୍ୱାସ ମଣିଷକୁ କେଉଁଠାରୁ କେଉଁଠାକୁ ନେଇ ପହଞ୍ଚାଇଦିଏ । ମୁଁ ତ ଆସ୍ଥାରେ ବିଶ୍ୱାସ ରଖେ କିନ୍ତୁ ଏହି ଆସ୍ଥା ଯେ ଜଣେ ମୁସଲୀମକୁ ହିନ୍ଦୁ ପୂଜା ମଣ୍ଡଳୀର ଅଧ୍ୟକ୍ଷ କରିଦେବ ତାହା ଜାଣିନଥିଲି । ପଟନାର ବରଗା ବାସିନ୍ଦା ଅରମାନୀଙ୍କ ଭଳି ଜଣେ ବ୍ୟକ୍ତିଙ୍କୁ ପାଇ ଖୁବ୍ ଖୁସି ଥିବା କୁହନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/10/16_10_2018-armani_18541066.jpg)
/kanak/media/post_attachments/wp-content/uploads/2018/10/armani4-300x225.jpg)
/kanak/media/post_attachments/wp-content/uploads/2018/10/armani2-300x225.jpg)