ଏଠାରେ ଲୋକଙ୍କ ମୃତ୍ୟୁ ପରେ ବି ମିଳିନଥାଏ ଦୁଇହାତ ଜମୀ ! ଘରେ ପୋତିବାକୁ ପଡିଥାଏ ଶବ ।

28

ବିହାରର ମଧେପୁରା ଜିଲ୍ଲାର କେବଟଗାମା ଗାଁରେ ଏପରି ଏକ ଘଟଣା ସମ୍ନାକୁ ଆସିଛି ଯାହା ଶୁଣିଲେ ଲୋକଙ୍କ ଆଖିରେ ପାଣି ଚାଲିଆସିବ । ଏହି ଗାଁରେ ଗରିବ ଏବଂ ମଳିମୁଣ୍ଡିଆଙ୍କ ଉପରେ ସମୟ ଏପରି ଦାଉ ସାଜୁଛୁ କି, ଏଠାକାର ଗରିବ ଲୋକମାଙ୍କ ଘରେ ଯଦି କୌଣସି ବ୍ୟକ୍ତି ମୃତ୍ୟୁବରଣ କରେ ତେବେ ମୃତ ଶରୀରକୁ ପୋତିବା ପାଇଁ ଟିକେ ଯାଗା ମିଳେ ନାହିଁ । ଘର ଭିତରେ ଶବକୁ ପୋତିବା ପାଇଁ ଲୋକେ ବାଧ୍ୟ ହୋଇଥାନ୍ତି ।

ସୂଚନା ଅନୁଯାୟୀ, ବିହାରର ମଧେପୁରା ଜିଲ୍ଲାର କେବଟଗାମା ଗାଁରେ ମୃତ ଶରୀରର ଅନ୍ତିମ ସଂସ୍କାର କରିବା ପାଇଁ ଗୋଟିଏ ବି ଶ୍ମସାନ ନାହିଁ । ପ୍ରକୃତ କଥା ହେଉଛି ଏହି ଗାଁରେ ଗରିବି ଏପରି ଦାଉ ସାଜିଛି କି, ଏଠାକାର ଲୋକ ଅନ୍ତିମ ସଂସ୍କାରରେ ହେଉଥିବା ଖର୍ଚ୍ଚକୁ ଚାହିଁଲେ ବି ତୁଲାଇ ପାରିନଥାନ୍ତି । ଏହି ପରମ୍ପରା କେବଳ ଏବେ ଚାଲି ନାହିଁ ଏହି ପରମ୍ପରା ପୂର୍ବପୁରୁଷରୁ ଆରମ୍ଭ ହୋଇ ଆସିଛି । ପୂର୍ବରୁ ଘରେ କିଏ ମୃତ୍ୟୁବରଣ କରୁଥିଲେ ଶବକୁ ଦାହ ନକରି ନଦୀ ପାଣିରେ ଭସାଇ ଦେଉଥିଲେ । କିନ୍ତୁ ସମୟ ବିତିବା ସହ ନଦୀରେ ଶବ ଭସାଇବା ଉପରେ ରୋକ ଲଗାଇ ଦିଆଗଲା । ପରେ ଲୋକମାନେ ସବକୁ ନଦୀରେ ନଭସାଇ ନଦୀ କୂଳମାନଙ୍କରେ ଥିବା ଜମିରେ ଶବ ପୋତିବାକୁ ଲାଗିଲେ କିନ୍ତୁ ସେଠାରେ ବି ଜମି ମାଲିକଙ୍କୁ ସାମ୍ନା କରିବାକୁ ପଡିଲା । ଏବଂ ପରେ ନଦୀ କୂଳରେ ଶବ ପୋତିବା ଉପରେ ମଧ୍ୟ ରୋକ ଲଗାଇ ଦିଆଗଲା । ଯାହା ଫଳରେ ଏବେ ଲୋକମାନେ ମର ସରୀରକୁ ନିଜ ଘରେ ପୋତିବାକୁ ବାଧ୍ୟ ହେଉଛନ୍ତି ।

ତେବେ ଲୋକଙ୍କ କହିବା ଅନୁସାରେ, ଶବକୁ ଅନ୍ତିମ ସଂସ୍କାର କରିବା ପାଇଁ ଲାଗୁଥିବା କାଠ ଏବଂ ଅନ୍ୟାନ୍ୟ ସାମଗ୍ରୀ କିଣିବା ପାଇଁ ଏଠାକାର ଗରିବ ଲୋକଙ୍କ ପାଖରେ ଟଙ୍କାଟିଏ ବି ନାହିଁ । ଦୁଇ ଓଳି ପେଟ ପୁରା ଖାଇବା ପାଇଁ ବହୁ କଷ୍ଟରେ ବି ଦୁଇ ପଇସା ରୋଜଗାର କରିହେଉନାହିଁ ଏଥି ମଧ୍ୟରେ ଯଦି କୌଣସି ସଦସ୍ୟ ଘରେ ମୃତ୍ୟୁବରଣ କରୁଛି ତାକୁ ଘରେ ପୋତିବା ଛଡା ଆଉ କିଛି ଉପାୟ ବଞ୍ଚିନଥାଏ । କେବଳ ଏହି କାରଣ ନୁହେଁ ବଡ ବଡ ଲୋକିଆଙ୍କ ଦବଦବା କାରଣରୁ ମଧ୍ୟ ଶବକୁ ଘରେ ପୋତିବାକୁ ବାଧ୍ୟ ହେଉଛନ୍ତି ଏଠାକାର ଗରିବ ମୂଲିଆ ଲୋକମାନେ ।