କନକ ବ୍ୟୁରୋ : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀଙ୍କୁ ବିଧାନ ପରିଷଦର ବିରୋଧୀଦଳ ନେତା ଭାବେ ନିର୍ବାଚିତ କରାଯାଇଛି । ଆରଜେଡି ପ୍ରଦେଶ ଅଧ୍ୟକ୍ଷ ଜଗଦାନନ୍ଦ ସିଂଙ୍କ ଅନୁରୋଧ କ୍ରମେ ବିଧାନ ପରିଷଦର କାର୍ଯ୍ୟକାରୀ ସଭାପତି ଅବଦେ୍ଧଶ ନାରାୟଣ ସିଂ ରାବ୍ରୀ ଦେବୀଙ୍କୁ ବିରୋଧ ଦଳ ନେତାର ମାନ୍ୟତା ଦେଇଛନ୍ତି । ଏନେଇ ବିଧାନ ପରିଷଦର ସଚିବ ଅଖିଳେଶ ଝାଙ୍କ ନିର୍ଦ୍ଦେଶ କ୍ରମେ ଶୁକ୍ରବାର ଦିନ ଏନେଇ ଅଧିସୂଚନା ଜାରି କରାଯାଇଥିଲା ।
ସେପଟେ ବିଜେପିର ରାଜେନ୍ଦ୍ର ପ୍ରସାଦ ଗୁପ୍ତା ଓ ଜେଡିୟୁର ଲଲନ କୁମାର ସରାଫଙ୍କୁ ବିଧାନପରିଷଦର ଉପନେତାର ମାନ୍ୟତା କାର୍ଯ୍ୟକାରୀ ସଭାପତି ଦେଇଛନ୍ତି । ସେହିଭଳି ବିଜେପି ତରଫରୁ ସଂଜୟ ପ୍ରକାଶଙ୍କୁ ଉପ ମୁଖ୍ୟ ସଚେତକ ଏବଂ ଜେଡିୟୁର ନୀରଜ କୁମାର ଓ ରୀନା ଦେବୀଙ୍କୁ ସଚେତକ ଭାବେ ମାନ୍ୟତା ମିଳିଛି ।