କନକ ବ୍ୟୁରୋ: ସାଧାରଣ ନିର୍ବାଚନ ନେଇ ତାରିଖ ଘୋଷଣା ପରେ ରାଜ୍ୟ ରାଜନୀତି ସରଗରମ । ଏପ୍ରିଲ ୨୩ ତାରିଖରେ ହେବାକୁଥିବା ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ଓଡ଼ିଶାର ୬ଟି ଲୋକସଭା ଓ ଏହା ଅଧିନରେ ଥିବା ୪୨ଟି ବିଧାନସଭା କ୍ଷେତ୍ରରେ ହେବ ମତଦାନ । ସେଥି ମଧ୍ୟରେ ରହିଛି କେନ୍ଦୁଝର ଲୋକସଭା କ୍ଷେତ୍ରର ପାଟଣା ବିଧାନସଭା ନିର୍ବାଚନମଣ୍ଡଳୀ । ଆଉ ଏହାକୁ ନେଇ ଆରମ୍ଭ ହୋଇଛି ବଳ କଷାକଷି । ପାଟଣାର ବିଧାୟକ କିଏ ହେବ ? ୫ ଥର ବିଧାୟକ ହୋଇଥିବା ହୃଷୀକେଶ ନାଏକଙ୍କ ମୁଣ୍ଡରେ ପୁଣି ଶିରିପା ବନ୍ଧାଇବାକୁ ବାଛିବ ବିଜେଡି ନା ନୂଆ ମୁହଁକୁ ଦେଖିବାକୁ ମିଳିବ ।
କେନ୍ଦୁଝର ଜିଲ୍ଲାର ୬ ଟି ନିର୍ବାଚନମଣ୍ଡଳୀ ମଧ୍ୟରୁ ପାଟଣା ବିଧାନସଭା କ୍ଷେତ୍ର ଆଦିବାସୀଙ୍କ ପାଇଁ ସଂରକ୍ଷିତ । ଗତ ଦୁଇଟି ନିର୍ବାଚନରେ ବିଜେଡିର ହୃଷୀକେଶ ନାଏକ ବିଜୟୀ ହୋଇଥିଲାବେଳେ ୨୦୦୦ ମସିହା ଓ ୨୦୦୪ ନିର୍ବାଚନରେ ବିଜେପିର ଗୌରହରି ନାଏକ ବିଧାୟକ ହୋଇଥିଲେ । ଏହି ନିର୍ବାଚନମଣ୍ଡଳୀରୁ ସର୍ବାଧିକ ୫ ଥର ବିଭିନ୍ନ ଦଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ହୃଷୀକେଶ। ତେଣୁ ଚଳିତ ନିର୍ବାଚନରେ ହୃଷୀକେଶ ବିଜେଡିରୁ ଟିକେଟ ଆଶାୟୀ ଥିବାବେଳେ ଏଥିରେ ଆଶାୟୀ ତାଲିକା ମଧ୍ୟ ବଢ଼ିବାରେ ଲାଗିଛି । ପାଟଣା ବ୍ଲକ ଅଧ୍ୟକ୍ଷ ଜଗନ୍ନାଥ ନାଏକ ଏବଂ ଯଦି ମହିଳାଙ୍କୁ ବିଜେଡି ଟିକେଟ ଦେବାକୁ ବିଚାର କରେ, ତେବେ ବିଧାୟକଙ୍କ ଝିଅ ଶାନ୍ତିଲତା ନାଏକଙ୍କୁ ମଧ୍ୟ ପ୍ରାର୍ଥୀ କରାଯାଇପାରେ ବୋଲି ଶୁଣିବାକୁ ମିଳୁଛି । ସେହିପରି ପାଟଣା ବ୍ଲକ୍ ପୂର୍ବତନ ଉପାଧ୍ୟକ୍ଷା କନକଲତା ନାଏକ, ଭାମାମଣି ଦାସଙ୍କ ଭଳି ନାରୀନେତ୍ରୀ ମଧ୍ୟ ବିଜେଡି ଟିକେଟ ପାଇବାକୁ ଆଶା ରଖିଛନ୍ତି।
ସେପଟେ ପଞ୍ଚାୟତ ନିର୍ବାଚନରେ ପାଟଣା ନିର୍ବାଚନମଣ୍ଡଳୀରେ ବିଜେଡିର ଭୋଟ ପ୍ରତିଶତ କମିବା ପରଠାରୁ ବିଧାୟକଙ୍କ ବିରୋଧୀ ଗୋଷ୍ଠୀ ସକ୍ରିୟ ହୋଇ ଉଠିଥିଲେ। ତେଣୁ ଏଥର ବିଜେପିରୁ ବିନୋଦ ବିହାରୀ ନାଏକ, ଆଶିଷ ନାଏକଙ୍କ ନାଁ ଅଶାୟୀ ତାଲିକା ଦୌଡ଼ରେ ରହିଥିବା ସ୍ଥାନୀୟ ଗେରୁଆ କ୍ୟାମ୍ପରେ ଶୁଣିବାକୁ ମିଳୁଛି । ସେହିଭଳି ଗତ ବିଧାୟକଙ୍କ ହୃଷୀକେଶଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଥିଲେ ବିଜେପିର ଭବାନୀଶଙ୍କର ନାଏକ, କେନ୍ଦୁଝର ପୂର୍ବତନ ସା˚ସଦ ତଥା ରାଜ୍ୟ ସାଧାରଣ ସ˚ପାଦକ ଅନନ୍ତ ନାୟକ , ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାଏକ, ପୂର୍ବତନ ବିଧାୟକ ଗୌରହରି ନାଏକଙ୍କ ଭଳି ୧୦ରୁ ଉଦ୍ଧ୍ୱର୍ ଆଶାୟୀ ପାଟଣାରୁ ବିଧାୟକ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି।
ଅପରପକ୍ଷେ କ˚ଗ୍ରେସରୁ ପ୍ରାର୍ଥୀ ହେବା ପାଇଁ ପାଟଣା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଗୌରହରି ନାଏକ, ଗତଥରର ପ୍ରାର୍ଥୀ ସନାତନ ନାଏକ, ମାନସି˚ ମୁଣ୍ତା, ବେଣୁଧର ନାଏକଙ୍କ ନାଁ ମଧ୍ୟ ଶୁଣାଯାଉଛି। ସେହିପରି ଜନସମୃଦ୍ଧି ପାର୍ଟିର ସାହାରପଡ଼ା ପୂର୍ବତନ ବ୍ଲକ୍ ଅଧୢକ୍ଷ ରବୀନ୍ଦ୍ର ନାଏକ, ସୁନୀଲ ନାଏକ, ଝୁମ୍ପୁରା ବ୍ଲକ୍ ଅଧୢକ୍ଷ ସୁଶାନ୍ତ ନାଏକ ମଧ୍ୟ ଆଶାୟୀ ଅଛନ୍ତି। କିନ୍ତୁ ଇତି ମଧ୍ୟରେ ସନାତନ ମହାକୁଡ଼ ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋଙ୍କ ସହିତ ଆଲୋଚନା କରିଛନ୍ତି । ତେବେ ବିଜେଡି କେନ୍ଦୁଝର ଜିଲ୍ଲାର ବିଭିନ୍ନ ବିଧାନସଭା କ୍ଷେତ୍ରରେ ଚଳିତ ଥର ବାଜିମାତ୍ କରିବାକୁ ସନାଙ୍କ ସହାୟତା ଲୋଡ଼ିଛି ବୋଲି ନବୀନ-ସନାଙ୍କ ଭେଟଘାଟ ପରେ ଚର୍ଚ୍ଚା ଜୋର ଧରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/PATNA.jpg)