ବିହାରରେ ରାଜନୈତିକ ହଲଚଲ ଭିତରେ ଲାଲୁଙ୍କ ଘରେ ପହଂଚିଲେ ଇଡି ଅଧିକାରୀ । ଜାଣନ୍ତୁ କାରଣ

Advertisment
ବିହାରରେ  ରାଜନୈତିକ ହଲଚଲ ଭିତରେ ଲାଲୁଙ୍କ ଘରେ ପହଂଚିଲେ ଇଡି ଅଧିକାରୀ । ଜାଣନ୍ତୁ କାରଣ

କନକ ବ୍ୟୁରୋ : ବିହାରରେ ଆରମ୍ଭ ହୋଇଥିବା ରାଜନୈତିକ ହଲଚଲ ଭିତରେ ଜଣେ ଇଡି ଅଧିକାରୀ ଲାଲୁଙ୍କ ବାସଭବନରେ ପହଂଚିଛନ୍ତି । କୁହାଯାଉଛି କି, ଇଡି ଅଧିକାରୀ ହାତରେ କିଛି କାଗଜ ଧରି ଲାଲୁଙ୍କ ବାସଭବନରେ ପହଂଚିଛନ୍ତି । ଅନୁମାନ କରାଯାଉଛି କି, ନୋଟିସ ଦେବାକୁ ଇଡି ଅଧିକାରୀ ଲାଲୁ ଯାଦବଙ୍କ ଘରକୁ ଆସିଛନ୍ତି ।

ମିଳିଥିବା ସୂଚନା ମୁତାବକ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏକ ଟିମ୍ ଲାଲୁଙ୍କ ଘରେ ପହଂଚି ଲାଲୁଙ୍କ ପରିବାରକୁ ନୋଟିସ ଦେଇଛନ୍ତି । ଜମି ବଦଳରେ ଚାକିରି ମାମଲାରେ ଚାଲିଥିବା ତଦନ୍ତ ଉପରେ ଏହି ନୋଟିସ ପ୍ରଦାନ କରାଯାଇଛି ।

ଏହା ପୂର୍ବରୁ ଗତବର୍ଷ ମାର୍ଚ୍ଚ ୬ ତାରିଖରେ ସମାନ ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡୀ ଦେବୀଙ୍କ ବାସଭବନରେ ସିବିଆଇ ଟିମ୍ ପହଂଚିଥିଲା । ସିବିଆଇ ଟିମ୍ ତରଫରୁ ରାବଡୀ ଦେବୀଙ୍କୁ ୪ ଘଣ୍ଟା ଜେରା କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe