କନକ ବ୍ୟୁରୋ: ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ବିହାର ରାଜନୀତିରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି । ପୂର୍ବତନ ଜେଡିୟୁ ନେତା ତଥା ନୀତିଶ କୁମାରଙ୍କ ଘନିଷ୍ଠ ଅଜୟ ଆଲୋକ ଶୁକ୍ରବାର ବିଜେପିରେ ସାମିଲ ହୋଇଛନ୍ତି । ଜେଡିୟୁର ଏହି ଫାୟାରବ୍ରାଣ୍ଡ ପ୍ରବକ୍ତା ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି । ଅଜୟ ଆଲୋକ ବିଜେପିରେ ସାମିଲ ହେବା ବିହାରରେ ଜେଡିୟୁ ଏବଂ ନୀତିଶ କୁମାରଙ୍କୁ ବଡ ଝଟକା ଦେଇଛି ।
ଲମ୍ବା ସମୟ ଧରି ସେ ଜେଡିୟୁ ପାଇଁ ରାଜନୀତି କରିଆସୁଥିଲେ । ସେ ନୀତିଶ ଏବଂ ଜେଡିୟୁର ବିଚାରଧାରାକୁ ଭଲ ଭାବରେ ଜାଣିଛନ୍ତି । ଭାଜପାରେ ସାମିଲ ହେବା ପରେ ଆଶା କରାଯାଉଛି ଆଉ କିଛି ନେତା ମଧ୍ୟ ଦଳ ଛାଡି ବିଜେପିରେ ସାମିଲ ହେବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/04/FuyWpEFXgAAEQPC.jpg)