ପାସ୍ ହୋଇଥିଲେ ବି କାହିଁକି କମିଲା ‘ପାଟକୁରା’ ମାର୍କ ? ଦାୟିତ୍ୱରେ ଥିବା ନେତାଙ୍କୁ ଡାକି କାରଣ ପଚାରିଲେ ବିଜେଡି ସୁପ୍ରିମୋ

581

କନକ ବ୍ୟୁରୋ: ନବୀନ ନିବାସରେ ବିଜେଡି ନେତା । ପାଟକୁରା ଦାୟିତ୍ୱରେ ଥିବା ନେତା ନବୀନ ନିବାସରେ ପହଞ୍ଚିଲେ । ପାଟକୁରା ବିଜୟ ପରେ ବିଜେଡି ସୁପ୍ରିମୋଙ୍କୁ ଭେଟିବାକୁ ନବୀନ ନିବାସରେ ପହଞ୍ଚିଲେ ନେତା । ପାଟକୁରା ଫଳାଫଳ ନେଇ ସୁପ୍ରିମୋ ନବୀନଙ୍କ ସହ ଆଲୋଚନା କଲେ ବରିଷ୍ଠ ନେତା । ତା ସହ ଭୋଟ ବ୍ୟବଧାନ କମିବା ନେଇ ମଧ୍ୟ ସୁପ୍ରିମୋଙ୍କୁ ଜଣାଇଲେ ନେତା ।

ତେବେ ପାଟକୁରା ନିର୍ବାଚନ ଦାୟିତ୍ୱରେ ଥିବା ନେତା ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଦେବୀ ମିଶ୍ର, ଅରୁଣ ସାହୁ, ପ୍ରଫୁଲ୍ଲ ମଲ୍ଲିକ, ପ୍ରଦୀପ ପାଣିଗ୍ରାହୀ, ଏବଂ ପ୍ରତାପ ଦେବ ସୁପ୍ରିମୋଙ୍କ ସହ ଆଲୋଚନା କରିଛନ୍ତି । ପାଟକୁରା ନିର୍ବାଚନର ଭାର ଏହିସବୁ ନେତାଙ୍କ କାନ୍ଧରେ ରହିଥିବାରୁ ସେମାନଙ୍କୁ ଡାକି ଭୋଟ କମିବାର କାରଣ ପଚାରିଛନ୍ତି ନବୀନ । ନବୀନ ଦେଇଥିବା ପାଟକୁରା ଭାରରେ ନେତାମାନେ ପାସ ହୋଇଥିଲେ ବି କଣ ପାଇଁ ମାର୍କ କମିଲା ସେ ନେଇ ଆଲୋଚନା କରିଛନ୍ତି ।

ତେବେ ସୁପ୍ରିମୋଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରତାପ ଦେବ । ସାଙ୍ଗଠନିକ ସ୍ଥି ନେଇ ନବୀନଙ୍କ ସହ ଆଲୋଚନା ହେଲା । କେଉଁ ପଞ୍ଚାୟତରେ କେତେ ଭୋଟ କମିଲା ଆଲୋଚନା ହେଲା । ପାଟକୁରା ଦାୟିତ୍ୱ ନିଜେ ମୁଖ୍ୟମନ୍ତ୍ରୀ ନେବେ ବୋଲି କହିଥିଲେ ତେଣୁ ସ୍ଥିତି ସମ୍ପର୍କରେ ପଚାରି ବୁଝିଲେ ବୋଲି ପ୍ରତାପ ଦେବ କହିଛନ୍ତି ।ସେପଟେ ଆଜି ଅପରାହ୍ନରେ ପାଟକୁରା ବିଧାନସଭାର ବିଜୟୀ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ନେଇ ସୂଚନା ରହିଛି ।