କନକ ବ୍ୟୁରୋ: ବାର ଦିନ ପରେ ବଡ ଯୁଦ୍ଧ । ପାଟକୁରା ମୈଦାନରେ ମୁହାଁମୁହିଁ ହେବେ ୩ ପ୍ରତିଦ୍ୱନ୍ଦୀ ବିଜେପି-ବିଜେଡି ଓ କଂଗ୍ରେସ । ପାଟକୁରା ଦଖଲ ପାଇଁ ସବୁ ଦଳ ଗୁପ୍ତ ରଣନୀତି ପ୍ରସ୍ତୁତ କରୁଥିବା ବେଳେ ବିଜେପି-ବିଜେଡି ମଧ୍ୟରେ ଚାଲିଛି ଛକାପଞ୍ଝା । ବିଜେଡି ପାଇଁ ପାଟକୁରା ବିଜୟ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ବିଜେପିର ବିଜୟଙ୍କ ପାଇଁ ଏହା ଏକ ବଡ ସୁଯୋଗ । କାରଣ ଏହି ଯୁଦ୍ଧ ହିଁ ବିଜୟ ମହାପାତ୍ରଙ୍କ ଆଗାମୀ ରାଜନୈତିକ ଭବିଷ୍ୟତ ନିର୍ଦ୍ଧାରଣ କରିବ । ଯଦି ବିଜୟଙ୍କ ବିଜୟ ହୁଏ ତେବେ ସେ ବିଧାନସଭା ଯିବେ । ଆଉ ଯଦି ପରାଜୟ ହୁଏ ତେବେ ବିଜୟଙ୍କ ବିଧାୟକ ହେବା ସ୍ୱପ୍ନ ଧୂଳିସାତ ହେବ ଆଉ ସବୁଦିନ ପାଇଁ ବିଧାନସଭା ବାଟ ବନ୍ଦ ହୋଇଯିବ ।

Advertisment

publive-image
ତେବେ ରାଜନୈତିକ ଛକାପଞ୍ଝା ଭିତରେ ପୂରା ଷ୍ଟ୍ରାଟେଜିରେ ଚାଲିଛି ବିଜେଡି । ପାଟକୁରା ବିଜୟ ବିଜେଡି ପାଇଁ ସମ୍ନାନର ବିଜୟ ହୋଇଥିବାରୁ ହେଭିୱେଟ ନେତାଙ୍କୁ ଦାୟିତ୍ୱ ଦେଇଛି ଦଳ । ଆଉ ସେଥିପାଇଁ ୩ଟି ବ୍ଲକର ୫୧ ପଞ୍ଚାୟତରେ ଛାଇ ଯାଇଛନ୍ତି ଛାମୁଆ ନେତା । ନେତାଙ୍କୁ ପଞ୍ଚାୟତୱାରୀ ଜଗାଇ ତୃଣମୂଳସ୍ତରରେ ଭୋଟ ଗୋଟାଉଛି ବିଜେଡି । ତେବେ ପାଟକୁରା ନିର୍ବାଚନ ମଣ୍ଡଳୀର ଗରଦପୁର, ମାର୍ଶାଘାଇ ଓ ଡେରାବିଶ ବ୍ଲକର ସବୁ ପଞ୍ଚାୟତରେ ୬ ମନ୍ତ୍ରୀ ଓ ବିଧାୟକଙ୍କ ସମେତ ଅନେକ ବଡ ନେତାଙ୍କୁ ଜଗାଇଛି ଦଳ ।

publive-image
ଗରଦପୁର ବ୍ଲକର ୧୮ଟି ପଞ୍ଚାୟତ ମନ୍ତ୍ରୀ ରାଜା ସ୍ୱାଇଁଙ୍କୁ ଦାୟିତ୍ୱ ଦିଆଯାଇଛି । ଆଉ ରାଜାଙ୍କ ତତ୍ତ୍ୱାବଧାନରେ ଉକ୍ତ ପଞ୍ଚାୟତର ଦାୟିତ୍ୱ ମନ୍ତ୍ରୀ, ବିଧାୟକଙ୍କୁ ଦିଆଯାଇଛି । ମନ୍ତ୍ରୀ ସୁଶାନ୍ତ ସିଂହ, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମେତ ବିଭିନ୍ନ ଛାମୁଆ ନେତାଙ୍କ ଏସମସ୍ତ ପଞ୍ଚାୟତରେ ଭୋଟ ଗୋଟାଇବାରେ ବ୍ୟସ୍ତ ରହିଛନ୍ତି ।

publive-image
ସେହିପରି ଡେରାବିଶ ବ୍ଲକର ୨୬ଟି ପଞ୍ଚାୟତର ଗୁରୁ ଦାୟିତ୍ୱ ୨ ଜଣଙ୍କୁ ଦିଆଯାଇଛି । ମନ୍ତ୍ରୀ ଅରୁଣ ସାହୁ ଓ ସଞ୍ଜୟ ଦାସବର୍ମା ଉକ୍ତ ବ୍ଲକର ଲିଡର ଥିବା ବେଳେ ତାଙ୍କ ଅଧିନରେ ମନ୍ତ୍ରୀ ରଘୁନନ୍ଦନ ଦାସ, ମନ୍ତ୍ରୀ ସମୀର ଦାସ, ଅନୁଭବ ପଟ୍ଟନାୟକ, ମୁକ୍ତିକାନ୍ତ ମଣ୍ଡଳଙ୍କ ସମେତ ଅନେକ ଟାଣୁଆ ନେତା ପଞ୍ଚାୟତ କଥା ବୁଝୁଛନ୍ତି । ମାର୍ଶାଘାଇ ବ୍ଲକର ୭ଟି ପଞ୍ଚାୟତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ଦାୟିତ୍ୱରେ ଅଛି । ଆଉ ତାଙ୍କ ଅଧିନରେ ବିଧାୟକ ଅନନ୍ତ ନାରାୟଣ ଜେନା, ରାଜେନ୍ଦ୍ର ସାହୁ ଏବଂ ଆଉ ୨ ଛାମୁଆ ନେତାଙ୍କୁ ୭ ପଞ୍ଚାୟତର କାର୍ଯ୍ୟଭାର ଦିଆଯାଇଛି ।

ତେବେ ବିଜେଡିର ଏହି ବ୍ଲୁପ୍ରିଣ୍ଟ ଦେଖି ସ୍ପଷ୍ଟ ବାରି ହୋଇ ଯାଉଛି କି ନବୀନଙ୍କ ପାଇଁ ପାଟକୁରା ଦଖଲ କେତେ ଗୁରୁତ୍ୱପୂର୍ଣ୍ଣ । ସବୁଠୁ ବଡ କଥା ହେଉଛି ବିଜେପି ଯେଉଁ ଯେଉଁ ଜାଗାରେ କ୍ୟାମ୍ପେନ କରୁଛି ତାପର ଦିନ ସେହି ସେହି ସ୍ଥାନରେ ଘମାଘୋଟ ପ୍ରଚାର କରୁଛି ବିଜେଡି । ନିର୍ବାଚନକୁ ଆଉ ମାତ୍ର ୧୨ ଦିନ ଥିବାରୁ ଡୋର୍ ଟୁ ଡୋର୍ କ୍ୟାମ୍ପେନରେ ବ୍ୟସ୍ତ ରହିଛନ୍ତି ୩ ଦଳର ପ୍ରାର୍ଥୀ । ତେବେ ଏହି ସବୁ ଛକାପଞ୍ଝା, ପ୍ରଚାର ଆଉ ରଣନୀତିରେ କିଏ ମାରି ନେଉଛି ବାଜି ତାହା ୨୪ ତାରିଖ ଦିନ ଫଳାଫଳ ବାହାରିବା ପରେ ହିଁ ଜଣା ପଡି