ପ୍ରତୀକ୍ଷାର ଅନ୍ତ ଘଟିଲା, ପାଟକୁରା ପାଇଁ ତାରିଖ ଘୋଷଣା ହେଲା । ଜୁଲାଇ ୨୦ରେ ପାଟକୁରାରେ ପଡିବ ଭୋଟ୍

Advertisment
ଦୁଇଦିନ ପରେ ପାଟକୁରା ପରୀକ୍ଷା । ନିର୍ବାଚନୀ ମୈଦାନକୁ ଓହ୍ଲାଇଲେ ନବୀନ, ସାବିତ୍ରୀଙ୍କ ପାଇଁ କଲେ ହାଇଟେକ୍ ପ୍ରଚାର ।

କନକ ବ୍ୟୁରୋ: ପାଟକୁରା ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ନିର୍ବାଚନ କମିଶନ ଘୋଷଣା କଲେ ତାରିଖ । ଆସନ୍ତା ୨୦ ତାରିଖରେ ହେବ ବହୁ ପ୍ରତୀକ୍ଷିତ ପାଟକୁରା ନିର୍ବାଚନ । ତେବେ ଜୁଲାଇ ୨୦ରେ ନିର୍ବାଚନ ହେବାକୁ ଥିବା ବେଳେ ୨୪ରେ ହେବ ଭୋଟ ଗଣତି । ଜୁଲାଇ ୨୬ ସୁଦ୍ଧା ନିର୍ବାନର ସବୁ ପ୍ରକ୍ରିୟା ଶେଷ ହେବ ।

publive-image

ତେବେ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ପରେ ସ୍ଥଗିତ ହୋଇଥିଲା ନିର୍ବାଚନ । ଏପ୍ରିଲ ୨୦ରେ ବେଦୁଙ୍କ ଦେହାନ୍ତ ପରେ ନିର୍ବାଚନ ସ୍ଥଗିତ ରହିଥିଲା । ପରବର୍ତ୍ତୀ ନିର୍ବାଚନ ପାଇଁ ମେ ୧୯କୁ ତାରିଖ ଧାର୍ଯ୍ୟ କରାଯାଇଥିଲା । ହେଲେ ଫୋନି ପାଇଁ ପୁଣି ୨ ମାସ ନିର୍ବାଚନ ତାରିଖ ଘୁଞ୍ଚିଥିଲା । ଆଉ ଏବେ ଜୁଲାଇ ୨୦କୁ ତାରିଖ ସ୍ଥିର କରିଛନ୍ତି ନିର୍ବାଚନ କମିଶନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe