କିଏ ପିନ୍ଧିବ ପାଟକୁରାରେ ବିଜୟ ମୁକୁଟ? ବିଜୟ ନା’ ବିଜେଡି; ଗାଁ ଗାଁରେ ଚାଲିଛି ଅଙ୍କକଷା, ଭୋଟରଙ୍କୁ ମନେଇବା ପାଇଁ ନେତାଙ୍କ ଡୋର ଟୁ ଡୋର କ୍ୟାମ୍ପେନ

ଧର୍ମେନ୍ଦ୍ର କହିଲେ- ପାଟକୁରା ବିଜୟ ସୁନିଶ୍ଚିତ, ବିଜେଡି କହିଲା ମୁଖ୍ୟମନ୍ତ୍ରୀଙ୍କ ବିକାଶ ଉପରେ ରହିଛି ଭୋଟରଙ୍କ ବିଶ୍ୱାସ

208

କନକ ବ୍ୟୁରୋ: ନିର୍ବାଚନ ତାରିଖ ଘୋଷଣା ପରେ ପାଟକୁରା ପଲିଟିକ୍ସ ଚଳଚଞ୍ଚଳ ହୋଇପଡିଛି । ଗାଁ ଗାଁରେ ପହଞ୍ଚି ନେତା ଭୋଟରଙ୍କୁ ମନାଇବାକୁ କସରତ ଆରମ୍ଭ କରିଦେଲେଣି । ଏଭଳି ସ୍ଥିତିରେ ପାଟକୁରା ନିର୍ବାଚନ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ଥିବା ବେଳେ ବିଜେପି ପାଇଁ ଏକ ବଡ ଆହ୍ୱାନ ସୃଷ୍ଟି କରିଛି । ମୈଦାନରେ ବିଜେପିର ହେଭିୱେଟ ନେତା ବିଜୟ ମହାପାତ୍ର ଥିବା ବେଳେ, ବିଜେଡିରୁ ପ୍ରାର୍ଥୀ ଅଛନ୍ତି ଦିବଙ୍ଗତ ବିଧାୟକ ବେଦ ପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ । ସେପଟେ କଂଗ୍ରେସ ପ୍ରାର୍ଥୀ ବି ଭାଗ୍ୟ ପରୀକ୍ଷା କରୁଛନ୍ତି ।

କିଏ ଜିତିବ ପାଟକୁରା? କିଏ ପିନ୍ଧିବ ବିଜୟ ମୁକୁଟ? ବିଜୟ ନା’ ବିଜେଡି – ଏହାକୁ ନେଇ ସାରା ରାଜ୍ୟରେ ଉତ୍କଷ୍ଠା ବଢ଼ୁଥିବା ବେଳେ ସରଗରମ ହେବାରେ ଲାଗିଛି ପାଟକୁରା ନିର୍ବାଚନ ମଇଦାନ । ଭୋଟରଙ୍କୁ ମନେଇବା ପାଇଁ ଡୋର ଟୁ ଡୋର କ୍ୟାମ୍ପେନିଂ କରୁଛନ୍ତି ନେତା । ଏହି ଆସନ ଉଭୟ ବିଜେଡି ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । ତେବେ ସବୁଠାରୁ ବଡ଼ କଥା ହେଉଛି, ଏହି ନିର୍ବାଚନ ହିଁ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ରାଜନୈତିକ ଭବିଷ୍ୟତ ନିର୍ଦ୍ଧାରଣ କରିବ ।

ନିର୍ବାଚନ ଯେତିକି ପାଖେଇ ଆସୁଛି, ସେତିକି ଉଷୁମ ହେଉଛି ପାଟକୁରା ରାଜନୀତି । ବିଶେଷ କରି ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ଓ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ମଧ୍ୟରେ ଚାଲିଛି କଡ଼ା ଟକ୍କର । ଭୋଟରଙ୍କୁ ମନେଇବା ପାଇଁ ଡୋର ଟୁ ଡୋର କ୍ୟାମ୍ପେନିଂ ଆରମ୍ଭ କରିଦେଲେଣି ନେତା । ତେବେ ବିଜେଡି ଶିବିର ଅଧିକ ଚଳଚଞ୍ଚଳ ହୋଇଉଠିଛି । ଶାସକ ଦଳର ଅନେକ ମନ୍ତ୍ରୀ ଓ ବିଧାୟକ ନିର୍ବାଚନମଣ୍ଡଳୀର କୋଣ ଅନୁକୋଣରେ ପ୍ରଚାରରେ ମଙ୍ଗ ଧରିଛନ୍ତି । ବିଜୟଙ୍କ ବିଧାନସଭା ଯିବା ବାଟ ବନ୍ଦ କରିବା ଲାଗି ରଣନୀତି ପ୍ରସ୍ତୁତ କରୁଛନ୍ତି ।

ସେପଟେ ବିଜୟ ମହାପାତ୍ର ମଧ୍ୟ ତାଙ୍କ ପ୍ରଚାରକୁ ଜୋରଦାର କରିଛନ୍ତି । ଦୁଇ ଦଳ ମଧ୍ୟରେ ଛକାପଂଝା ତୀବ୍ର ହେଉଛି । ଯେଉଁଠି ବିଜେପି ପ୍ରଚାର କରୁଛି, ତା’ପର ଦିନ ସେହି ଅଞ୍ଚଳରେ ବିଜେଡି ନେତା ଘମାଘୋଟ କ୍ୟାମ୍ପେନିଂ କରୁଛନ୍ତି । ପୂରା ରୋଚକ ସ୍ଥିତିରେ ପହଞ୍ଚିଛି ପାଟକୁରା ମଇଦାନ । ତେବେ କଂଗ୍ରେସ ପଛରେ ପଡିଥିଲେ ବି ପ୍ରଚାର ମଇଦାନରେ ଅଣ୍ଟା ଭିଡିଛନ୍ତି ଦଳୀୟ ପ୍ରାର୍ଥୀ ଜୟନ୍ତ ମହାନ୍ତି । ୨୦ ତାରିଖରେ ହେବ ପାଟକୁରା ନିର୍ବାଚନ ହେବ, ୨୪ରେ ଭୋଟଗଣତି । ନିର୍ବାଚନରେ ବାଜିମାତ କରିବା ପାଇଁ ତିନି ଦଳର ପ୍ରାର୍ଥୀ ଆଶାବାଦୀ ।

ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ପରଲୋକ ଓ ବାତ୍ୟା ଫୋନି ପାଇଁ ଦୁଇ ଦୁଇ ଥର ପାଟକୁରା ନିର୍ବାଚନ ସ୍ଥଗିତ ରହିଥିଲା । ଏବେ ଏହି ଆସନ ଉଭୟ ବିଜେଡି ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । ତେବେ ସବୁଠାରୁ ବଡ଼ କଥା ହେଉଛି, ଏହି ନିର୍ବାଚନ ହିଁ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ରାଜନୈତିକ ଭବିଷ୍ୟତ ନିର୍ଦ୍ଧାରଣ କରିବ ବୋଲି କୁହାଯାଉଛି ।