କନକ ବ୍ୟୁରୋ: ଉଡିଗଲା ପତିତପାବନ ବାନା । ମଙ୍ଗଳବାର ରାତିରେ ପୁରୀରେ ପ୍ରବଳ ବର୍ଷା ପବନ ଯୋଗୁଁ ଶ୍ରୀମନ୍ଦିରର ୧୪ହାତିଆ ପତିତପାବନ ବାନା ଛିଡି ପଡିଛି । ତେବେ ନୀତିକାନ୍ତି ସ୍ୱାଭାବିକ ରହିଥିବା ସୂଚନା ମିଳିଛି । ବାରମ୍ବାର ଏଭଳି ଅଘଟଣ ଘଟୁଛି । ଗତ କିଛି ଦିନ ତଳେ ମଧ୍ୟ ପତିତପାବନ ଉଡିଯାଇଥିଲା । ତେବେ ପତିତପାବନ ଉଡିଗଲେ କିମ୍ବା ଛିଡି ପଡିଲେ ତା ପରେ ଶୀମନ୍ଦିରର ନୀତିକାନ୍ତିରେ ଅନେକ ବାଧା ଉପୁଜି ଥାଏ । କିନ୍ତୁ ଏଥର ଅନ୍ୟ ପତାକା ଥିବାରୁ ନୀତିକାନ୍ତିରେ କୌଣସି ଅସୁବିଧା ହେବନାହିଁ ବୋଲି ସୂଚନା ଦେଇଛି ମନ୍ଦିର ପ୍ରଶାସନ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us