ପୁରୀରେ ପ୍ରବଳ ବର୍ଷା: ଉଡିଗଲା ଶ୍ରୀମନ୍ଦିର ପତିତପାବନ ବାନା; ଅସରାଏ ବର୍ଷାରେ ଭାସିଲା ବଡଦାଣ୍ଡ

1,397

କନକ ବ୍ୟୁରୋ: ପ୍ରବଳ ବର୍ଷା ସାଙ୍ଗକୁ ପବନରେ ଉଡି ଯାଇଛି ପୁରୀ ଶ୍ରୀମନ୍ଦିରର ନୀଳଚକ୍ର ବାନା । ବାନାକୁ ନୀଳଚକ୍ର ସହିତ ଏକ ବଡ ବାଉଁଶରେ ବନ୍ଧା ଯାଇଥିଲା । ହେଲେ ପ୍ରବଳ ବର୍ଷା ପବନ ପରେ ନୀଳଚକ୍ରରେ ବାନା ନଥିବା ଦେଖିବାକୁ ମିଳିଛି ।

ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଶ୍ରୀମନ୍ଦିର ପରମ୍ପରା ଅନୁସାରେ ମନ୍ଦିରରେ ବାନା ନଥିଲେ ମହାପ୍ରଭୁଙ୍କ ନୀତି ପାଳନ ହେବନାହିଁ । ପୁଣି ବାନା ବନ୍ଧା ଯିବା ପରେ ମନ୍ଦିରରେ ମହାପ୍ରଭୁଙ୍କ ନୀତି ଚାଲିବ । ମହାପ୍ରଭୁ ଏବେ ଅଣସର ଘରେ ଥିବା ବେଳେ ମନ୍ଦିରରୁ ବାନା ଉଡିଯିବାକୁ ନେଇ ଭକ୍ତଙ୍କ ମଧ୍ୟରେ ଅନେକ ଚର୍ଚା ଜୋର ଧରିଛି ।

ଆଜି ସକାଳୁ ପୁରୀରେ ପ୍ରବଳ ବର୍ଷା । ଫଳରେ ବଡ ଦାଣ୍ଡରେ ଲହଡି ମାରୁଠି ଆଣ୍ଠୁଏ ପାଣି । ବଡ ଦାଣ୍ଡର ଅନେକ ସ୍ଥାନ ବର୍ଷା ପାଣିରେ ବୁଡି ରହିଛି । ଆଉ ଏହାରି ଭିତରେ ଯାଆ ଆସ କରୁଛନ୍ତି ଲୋକେ । ଆଗକୁ ରଥ ଯାତ୍ରା । ବଡଦାଣ୍ଡରେ ରଥଖଳାରେ ବି ଚାଲିଛି ରଥକାମ । ଏବେ ବର୍ଷାରେ ବଡଦାଣ୍ଡରେ ପୁଣି ପାଣି ଜମିବା ଜଳ ନିଶ୍କାସନ ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ।