ଘରୋଇ ହସ୍ପିଟାଲ ଓ କ୍ଲିନିକକୁ ସାବଧାନ କଲେ ସରକାର: ହଟସ୍ପଟ ଜିଲ୍ଲାରୁ ରୋଗୀଙ୍କୁ ଆଡମିଟ ନକଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

Advertisment
ଘରୋଇ ହସ୍ପିଟାଲ ଓ କ୍ଲିନିକକୁ ସାବଧାନ କଲେ ସରକାର: ହଟସ୍ପଟ ଜିଲ୍ଲାରୁ ରୋଗୀଙ୍କୁ  ଆଡମିଟ ନକଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

କନକ ବ୍ୟୁରୋ: ଘରୋଇ ହସ୍ପିଟାଲ ଓ କ୍ଲିନିକକୁ ସାବଧାନ କଲେ ସରକାର । ହଟସ୍ପଟ ଜିଲ୍ଲାରୁ ଆସିଥିବା ରୋଗୀଙ୍କୁ ଆଡମିଟ ନକଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ଗୁରୁତର ରୋଗୀଙ୍କୁ ଚିକିତ୍ସା ନକରିବା ବେଆଇନ ଓ ନୀତି ବିରୋଧୀ ବୋଲି ଟୁଇଟ କରି କହିଛନ୍ତି ମୁଖ୍ୟ ଶାସନ ସଚିବ ।

ହଟସ୍ପଟ ଜିଲ୍ଲାରୁ ଆସୁଥିବା ରୋଗୀଙ୍କୁ କିଛି ଘରୋଇ ହସ୍ପିଟାଲ ଚିକିତ୍ସା ସେବା ଯୋଗାଇନଦେବା ଅଭିଯୋଗ ହେବା ପରେ ମୁଖ୍ୟ ଶାସନ ସଚିବ ଏହାକୁ ଗୁରୁତର ସହ ନେଇ ନିର୍ଦ୍ଦେଶ ଦେଇଛନ୍ତି । ଯଦି ରାଜ୍ୟର ହଟସ୍ପଟ ଜିଲ୍ଲାରୁ ଆସୁଥିବା ରୋଗୀଙ୍କୁ କୌଣସି ହସ୍ପିଟାଲରେ ଆଡମିସନ ନକଲେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ମୁଖ୍ୟ ଶାସନ ସଚିବ ଟୁଇଟ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe