କନକ ବ୍ୟୁରୋ: ଘରୋଇ ହସ୍ପିଟାଲ ଓ କ୍ଲିନିକକୁ ସାବଧାନ କଲେ ସରକାର । ହଟସ୍ପଟ ଜିଲ୍ଲାରୁ ଆସିଥିବା ରୋଗୀଙ୍କୁ ଆଡମିଟ ନକଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ଗୁରୁତର ରୋଗୀଙ୍କୁ ଚିକିତ୍ସା ନକରିବା ବେଆଇନ ଓ ନୀତି ବିରୋଧୀ ବୋଲି ଟୁଇଟ କରି କହିଛନ୍ତି ମୁଖ୍ୟ ଶାସନ ସଚିବ ।
Patients needing medicare at hospitals/clinics need urgent attention. Instances have come of some pvt hospitals reluctant in admitting patients from hotspots districts It’s ethically wrong and illegal. Be informed Govt action against wrongdoers will be serious .@IPR_Odisha
— ChiefSecyOdisha (@SecyChief) July 18, 2020
ହଟସ୍ପଟ ଜିଲ୍ଲାରୁ ଆସୁଥିବା ରୋଗୀଙ୍କୁ କିଛି ଘରୋଇ ହସ୍ପିଟାଲ ଚିକିତ୍ସା ସେବା ଯୋଗାଇନଦେବା ଅଭିଯୋଗ ହେବା ପରେ ମୁଖ୍ୟ ଶାସନ ସଚିବ ଏହାକୁ ଗୁରୁତର ସହ ନେଇ ନିର୍ଦ୍ଦେଶ ଦେଇଛନ୍ତି । ଯଦି ରାଜ୍ୟର ହଟସ୍ପଟ ଜିଲ୍ଲାରୁ ଆସୁଥିବା ରୋଗୀଙ୍କୁ କୌଣସି ହସ୍ପିଟାଲରେ ଆଡମିସନ ନକଲେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ମୁଖ୍ୟ ଶାସନ ସଚିବ ଟୁଇଟ କରିଛନ୍ତି ।