ବ୍ରହ୍ମପୁର ମେଡ଼ିକାଲର ବିଚିତ୍ର ଦୃଶ୍ୟ : ବାରଣ୍ଡାରେ ଶୋଇ ରହିଛନ୍ତି ରୋଗୀ, ଘଂଟା ଘଂଟା ଅପେକ୍ଷା ପରେ ବି ମିଳୁନି ବେଡ଼

ବଢୁଛି ସଂକ୍ରମିତଙ୍କ ସଂଖ୍ୟା, ଅଂଟୁନି ଦୁଇ ଦୁଇଟି କୋଭିଡ଼ ହସ୍ପିଟାଲ ବେଡ଼

172

କନକ ବ୍ୟୁରୋ : ବ୍ରହ୍ମପୁର ଏମକେସିଜି ମେଡ଼ିକାଲରୁ ଆସିଲା ଅଭାବନୀୟ ଦୃଶ୍ୟ । ରୋଗୀଙ୍କୁ ବେଡ଼ ନମିଳିବାରୁ ହସ୍ପିଟାଲ ବାରଣ୍ଡାରେ ପଡ଼ି ରହିଛନ୍ତି ରୋଗୀ । ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ୩ଶହ ଶଯ୍ୟା ବିଶିଷ୍ଟ ଦ୍ୱିତୀୟ କୋଭିଡ଼-୧୯ ଚିକିତ୍ସାଳୟ କାର୍ଯ୍ୟକ୍ଷମ କରାଯାଇଛି । ୩ଶହ ଶଯ୍ୟାରେ ଅକ୍ସିଜେନ ସଂଯୋଗ ରହିଛି । ୫୪ଟି ଆଇସିୟୁ ଶଯ୍ୟା ରହିଛି । କିନ୍ତୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏଭଳି ସମସ୍ୟା ଦେଖିବାକୁ ମିଳିଛି । ପର୍ବରୁ ବଡ଼ ମେଡ଼ିକାଲର ପ୍ରଥମ କୋଭିଡ଼ ହସ୍ପିଟାଲଟି ୧୫୪ଟି ଶଯ୍ୟା ବିଶିଷ୍ଠ ଥିଲା । ଏଥିରେ ୨୪ଟି ଆଇସିୟୁ ରହିଥିଲା । ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଆଉ ୧୬୦ ଶଯ୍ୟା କରାଯାଇଥିଲା ।