କନକ ବ୍ୟୁରୋ: ବ୍ରହ୍ମପୁରର ବଡ ମେଡିକାଲରେ ଗଣ୍ଡଗୋଳ । ଗଣ୍ଡଗୋଳରେ ରୋଗୀଙ୍କ ସମ୍ପର୍କୀୟ ଡାକ୍ତରଙ୍କ କାନ ଛିଣ୍ଡାଇଦେଇଥିବା ଅଭିଯୋଗ ହୋଇଛି । ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥାକୁ ଆଜି ସକାଳେ ମେଡିକାଲର ଲେବର ରୁମରେ ଏହି ଗଣ୍ଡଗୋଳ ହୋଇଛି । ଏହାକୁ ନେଇ ଡାକ୍ତର ଓ ରୋଗୀଙ୍କ ସମ୍ପର୍କୀୟ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏନେଇ ମାମଲା ଥାନାରେ ପଂହଚିଛି ।
ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି, ଡାକ୍ତରମାନେ ଚିକିତ୍ସାରେ ଅବହେଳା କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଂଚି ଘଟଣାର ତଦନ୍ତ କରିବା ସହ ପଚରାଉଚରା ଜାରି ରଖିଛି । ସେପଟେ ଏପରି ସମୟରେ ଡ଼ାକ୍ତରଙ୍କ ଉପରେ ଆକ୍ରମଣ ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।