କନକ ବ୍ୟୁରୋ: ଯୁଦ୍ଧ ଜାହାଜରେ ରୋଗୀ ସେବା । ଅଥଳ ଜଳରାଶିର ସୁସୁ ଗର୍ଜନ କରୁଥିବା ଘଡିଆଳ ଆସିଛି ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ । ପାରଦ୍ୱୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ସାଧାରଣ ଲୋକ ପାଉଛନ୍ତି ଚିକିତ୍ସା ସେବା । ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ଘଡିଆଳ ଏବେ ପାରାଦ୍ୱୀପ ନିଷିଦ୍ଧାଞ୍ଚଳ ମଧ୍ୟରେ ପହଞ୍ଚି ଆରମ୍ଭ କରିଛି ସ୍ୱାସ୍ଥ୍ୟସେବା । ପ୍ରତିମୁହୁର୍ତରେ ଅଥଳ ଜଳରାଶିରେ ଶତ୍ରୁକୁ ସାମ୍ନା କରି ଭାରତ ବର୍ଷକୁ ସୁରକ୍ଷା ଯୋଗାଉଥିବା ଘଡିଆଳ ଏବେ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟସେବାରେ ନିୟୋଜିତ ହୋଇ ବେଶ ଆସ୍ଥାଭାଜନ ହୋଇଛି । ଯାହାର ସୁବିଧା ଆଜି ଓ ଆସନ୍ତାକାଲି ଦୁଇଦିନ ପାରାଦ୍ୱୀପ ଓ ଏହାର ଆଖପାଖ ଅଞ୍ଚଳର ଲୋକ ଉଠାଇପାରିବେ ।

Advertisment

ଶିଶୁରୋଗ, ସ୍ତ୍ରୀ ରୋଗ, ଚର୍ମରୋଗ, ସର୍ଜରୀ ଓ ଦନ୍ତ ରୋଗ ବିଶେଷଜ୍ଞମାନେ ଆସି ଏହି ଜାହାଜ କଂଟେନର ମଧ୍ୟରେ ରୋଗୀଙ୍କୁ ଚିକତ୍ସା କରୁଛନ୍ତି । ବନ୍ଦରର ୪ନମ୍ବର ଫାଟକ ପାଖରୁ ନୌସେନା ପକ୍ଷରୁ ପଞ୍ଜିକରଣ କରାଯାଇ ସ୍ୱତନ୍ତ୍ର ବସ ଯୋଗେ ଆଣି ଚିକିତ୍ସା ଯୋଗାଇଦିଆଉଛି । ନୌସେନାର ଏଭଳି ପ୍ରୟାସ ସାଧାରଣରେ ପ୍ରଶଂସା କରାଯାଉଛି । ୧୯୭୧ ମସିହା ଡିସେମ୍ବର ୫ ତାରିଖରେ ପାକିସ୍ତାନର କରାଚି ସହର ଉପରେ ନୌସେନା ଆକ୍ରମଣ କରି ବିଜୟ ହାସଲ କରିଥିଲା । ଡିସେମ୍ବର ୫ ତାରିଖର ଏହି ବିଜୟ ଦିବସକୁ ନୌସେନା ଦିବସ ଭାବେ ପାଳନ କରାଯାଏ । ଏହା ପୂର୍ବରୁ ସେନାର ଯବାନମାନେ ସାଧାରଣ ଲୋକଙ୍କ ଚିକତ୍ସାରେ ନିୟୋଜିତ ହୋଇଛନ୍ତି ।