‘ମୋ ସରକାର’ର ମୁଖା ଖୋଲିଲା ମେଡିକାଲ ! କାମାକ୍ଷାନଗର ହସ୍ପିଟାଲରୁ ଆସିଲା ସାଂଘାତିକ ଚିତ୍ର, ରୋଗୀଙ୍କୁ ଦିଆଯାଉଛି ସଢା ପାଉଁରୁଟି ସହ ପଚା କ୍ଷୀର ।
କନକ ବ୍ୟୁରୋ : ‘ମୋ ସରକାର’ର ମୁଖା ଖୋଲିଲା ସରକାରୀ ମେଡିକାଲ । କାମାକ୍ଷାନଗର ହସ୍ପିଟାଲରୁ ସାମ୍ନାକୁ ଆସିଲା ସାଂଘାତିକ ଚିତ୍ର । ମୋ ସରକାରର ନାରା ଦେଇ ରାଜ୍ୟର ବିଭିନ୍ନ ହସ୍ପିଟାଲକୁ ଅଚାନକ ପରିଦର୍ଶନରେ ଯାଇ ରାଜ୍ୟ ସରକାର ସ୍ୱାସ୍ଥ୍ୟସେବାର ସ୍ଥିତି ଅନୁଧ୍ୟାନ କରୁଥିବା ବେଳେ କାମାକ୍ଷାନଗର ମେଡିକାଲର ଏହି ଘଟଣା ସରକାରଙ୍କ ଯୋଜନାରେ ବଡ ପ୍ରଶ୍ନବାଚୀ ଲଗାଇଦେଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ରୋଗୀଙ୍କୁ ଭଲ ଭାବେ ଚିକିତ୍ସା କରାଯାଉନଥିବା ବେଳେ ଯେଉଁ ଖାଦ୍ୟ ସେମାନଙ୍କୁ ଖାଇବାକୁ ଦିଆଯାଉଛି, ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସଢା ପାଉଁରୁଟି ସାଙ୍ଗକୁ ରୋଗୀଙ୍କୁ ଦିଆଯାଉଛି ପଚା କ୍ଷୀର । ଖାଇବେ କଣ ମୁହଁ ପାଖକୁ ନେଲା ବେଳକୁ ଗନ୍ଧ ହେଉଛି ଖାଦ୍ୟ । କିଛି ଏଭଳି ଅଭିଯୋଗ କରିଛନ୍ତି ମେଡିକାଲରେ ଥିବା ରୋଗୀ ଏବଂ ରୋଗୀଙ୍କ ସମ୍ପର୍କୀୟମାନେ ।
ସ୍ୱାସ୍ଥ୍ୟସେବାରେ ଅବ୍ୟବସ୍ଥା ପାଇଁ ଗତକାଲି ସୁନ୍ଦରଗଡ ସିଡିଏମଓଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଥିବା ବେଳେ କାମାକ୍ଷାନଗରର ଏହି ଚିତ୍ର ସ୍ୱାସ୍ଥ୍ୟସେବାର ବିକଳ ଚିତ୍ରକୁ ସାମ୍ନାକୁ ଆଣିଛି । ଆଉ ସବୁଠୁ ବଡ ପ୍ରଶ୍ନ ଉଠୁଛି, ହସ୍ପିଟାଲର ଏଭଳି ସ୍ୱାସ୍ଥ୍ୟସେବା ପାଇଁ କିଏ ଦାୟୀ । ଆଉ ଏହା ଉପରେ କଣ କାର୍ଯ୍ୟାନୁଷ୍ଠାନ ନେବେ ସରକାର ।