କନକ ବ୍ୟୁରୋ : ସାରା ରାଜ୍ୟରେ ଲାଗି ରହିଛି ଗ୍ରୀଷ୍ମପ୍ରବାହ । ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଛି । ଅସହ୍ୟ ଗରମରେ ଜନ ସାଧାରଣ ଛଟପଟ ହେଉଛନ୍ତି । ଆଉ ଠିକ ଏତିକି ବେଳେ ବେଡି ଉପରେ କୋରଡା ସାଜିଛି ଘନ ଘନ ବିଦ୍ୟୁତକାଟ । ସରକାର ପାୱାରକଟ ହେବନି ବୋଲି ପ୍ରତିଶୃତି ଦେଇଥିବା ବେଳେ ସାରା ରାଜ୍ୟରେ ଚାଲିଛି ଅଘୋଷିତ ବିଦ୍ୟୁତକାଟ ।
ଏ ହେଉଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଡାକ୍ତରଖାନାର ଚିତ୍ର । ପାରା ୪୦ଡିଗ୍ରୀରୁ ଉପରେ ଥିବା ଯୋଗୁ ଅସହ୍ୟ ଗରମରେ ସନ୍ତୁଳି ହେଉଛନ୍ତି ରୋଗୀ । ଆଉ ଏହି ସମସ୍ୟାକୁ ଆହୁରି ବଢାଇ ଦେଇଛି ଅଘୋଷିତ ବିଦ୍ୟୁତକାଟ୍ । ଘଂଟା ଘଂଟା ଧରି ବିଜୁଳି କଟୁଥିବାରୁ ହଇରାଣ ହେଉଛନ୍ତି ରୋଗୀ ଓ ତାଙ୍କ ସମ୍ପର୍କୀୟ । ବିଦ୍ୟୁତ ବିଭାଗକୁ ଏ ନେଇ ପ୍ରଶ୍ନ କଲେ ମଧ୍ୟ ମିଳୁନି ସନ୍ତୋଷଜନକ ଉତ୍ତର ।
କେବଳ କଳାହାଣ୍ଡି ନୁହେଁ, ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ଏପରି ଚିତ୍ର । କେତେବେଳେ ବିଦ୍ୟୁତ କଟୁଛି ତାର ହିସାବ କାହା ପାଖରେ ନାହିଁ । ଏପରିକି କିଛି ସ୍ଥାନରେ ୧୮ଘଣ୍ଟାରୁ ଅଧିକ ସମୟ ପାୱାରକଟ ହେଉଥିବାର ଅଭିଯୋଗ ମଧ୍ୟ ଆସୁଛି । ତେବେ ବିଦ୍ୟୁତ ବିଭାଗ ପକ୍ଷରୁ ପାୱାରକଟ ନେଇ କୌଣସି ସୂଚନା ଦିଆଯାଉନଥିବା ବେଳେ ଅସହ୍ୟ ଗରମ, ଜଳକଷ୍ଟ ସାଙ୍ଗକୁ ଏହି ଅଘୋଷିତ ବିଦ୍ୟୁତକାଟ ଏବେ ଅଧିକାଂଶ ସ୍ଥାନରେ ଲୋକଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/vlcsnap-2018-05-10-21h45m01s898.png)
/kanak/media/post_attachments/wp-content/uploads/2018/05/vlcsnap-2018-05-10-21h43m32s848-300x169.png)
/kanak/media/post_attachments/wp-content/uploads/2018/05/vlcsnap-2018-05-10-21h45m20s627-300x169.png)