ଡାଏଲିସିସ୍ ବେଳେ ଚାଲିଗଲା ବିଦ୍ୟୁତ୍, ମରିଗଲେ ରୋଗୀ । ନୟାଗଡ଼ ହସ୍ପିଟାଲରେ ଅଭାବନୀୟ ଘଟଣା, ରାଜ୍ୟର ସ୍ୱାସ୍ଥ୍ୟସେବା ନେଇ ଉଠିଲା ପ୍ରଶ୍ନ ।
କନକ ବ୍ୟୁରୋ : ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାଏଲିସିସ ବେଳେ ବିଜୁଳି କଟିଯିବାରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ପରେ ରାଜ୍ୟର ଅନ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାଏଲିସିସ ବ୍ୟବସ୍ଥା ଉପରେ ସନ୍ଦେହ ଉପୁଜିଛିି । ସେଠାରେ ଜେନେରେଟର ଠିକ୍ କାମ କରୁଛି କି ନାହିଁ, ସେନେଇ ପ୍ରଶ୍ନ ଉଠିଛି । ସେପଟେ ନୟାଗଡରେ ପ୍ରାଣ ହରାଇଥିବା ରୋଗୀଙ୍କ ସ୍ତ୍ରୀ କହିଛନ୍ତି, ଡାଏଲିସିସ ଚାଲିଥିବା ବେଳେ ବିଜୁଳି କଟିଯାଇଥିଲା ଏବଂ ଜେନେରେଟର ନଲଗାଯିବାରୁ ତାଙ୍କ ସ୍ୱାମୀ ପ୍ରାଣ ହରାଇଛନ୍ତି । ତେବେ ଏଡିଏମଓ କହିଛନ୍ତି, ରୋଗୀଙ୍କ ଅବସ୍ଥା ଗୁରୁତର ଥିଲା ଏବଂ ତାଙ୍କର କିଡନୀ ଫେଲୁଅର୍ ହେବାରୁ ମୃତ୍ୟୁ ଘଟିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ବିଦ୍ୟୁତ୍ କଟିଗଲା, ଜୀବନ ଚାଲିଗଲା ! ଡାଏଲିସିସ ବେଳେ ରୋଗୀଙ୍କ ମୃତ୍ୟୁ ! କିଡନୀ ରୋଗରେ ଆକ୍ରାନ୍ତ ସ୍ୱାମୀଙ୍କୁ ଚିକିତ୍ସା ପାଇଁ ହସପିଟାଲ ନେଇଥିଲେ ମୃତକ ରୋଗୀଙ୍କ ସ୍ତ୍ରୀ । ଭାବିଥିଲେ ଡାଏଲିସିସ୍ ହେବ ଆଉ ସ୍ୱାମୀଙ୍କୁ ଯନ୍ତ୍ରଣାରୁ ମୁକ୍ତି ମିଳିବ । ହେଲେ ହସପିଟାଲରେ ଚାଲିଗଲା ଜୀବନ ।
ଶନିବାର ସକାଳ ପ୍ରାୟ ୧୦ଟା । ଦଶପଲ୍ଲା ଏନଏସି ମହୁଲିଆର ଗଙ୍ଗାଧର ସ୍ୱାଇଁ କୀଡନି ରୋଗରେ ଆକ୍ରାନ୍ତ ଥିବାରୁ ଡାଏଲିସିସ ପାଇଁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସ।।ଳୟ ଅଣାଯାଇଥିଲା । ଡାକ୍ତର ଡାଏଲିସିସ ପ୍ରକ୍ରିୟା ଆରମ୍ଭ କଲେ । ୫ ରୁ ୭ ମିନିଟ୍ ଡାଏଲିସିସ ଚାଲିଥିବା ବେଳେ ହଠାତ୍ ବିଜୁଳି କଟିଯାଇଥିଲା ।
ଜେନେରେଟର ଅପରେଟରଙ୍କୁ ତୁରନ୍ତ ଡକାଯାଇଥିଲେ ମଧ୍ୟ ତାଙ୍କର ଦେଖା ମିଳିନଥିଲା । ପ୍ରାୟ ଘଂଟାଏ ଧରି ଧାଁ ଧଉଡ ଚାଲିଲା । ଶେଷରେ ଅଧା ଡାଏଲିସିସ୍ ଅବସ୍ଥାରେ ଗଙ୍ଗାଧର ପ୍ରାଣ ହରାଇଥିଲେ । ଏହି ଘଟଣା କୌଣସି ଉପାନ୍ତ ଅଂଚଳର ନୁହେଁ, ନୟାଗଡର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ଯାହା, ରାଜ୍ୟର ସ୍ୱାସ୍ଥ୍ୟସେବା ଉପରେ ବଡ ପ୍ରଶ୍ନ ଠିଆ କରିଛି ।