ଆସିଲା ୪ କରୋନା ଆକ୍ରାନ୍ତଙ୍କ ତଥ୍ୟ । କାଲି ଚିହ୍ନଟ ୪ ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱରରୁ ଆଉ ଜଣେ କରୋନା ପଜିଟିଭ

ସୁନ୍ଦରଗଡରେ ୨, କେନ୍ଦ୍ରାପଡାରେ ଜଣେ ଆକ୍ରାନ୍ତ ଚିହ୍ନଟ

6,569

କନକ ବ୍ୟୁରୋ: ଆସିଲା ରାଜ୍ୟର ୪ ନୂଆ କରୋନା ଆକ୍ରାନ୍ତଙ୍କ ତଥ୍ୟ । ଗତକାଲି ଓଡିଶାରେ ଚିହ୍ନଟ ହୋଇଥିବା ୪ କରୋନା ଆକ୍ରାନ୍ତଙ୍କ ସଂପର୍କରେ ତଥ୍ୟ ଦେଲେ ସରକାର । ଗତ ରାତିରେ ୪ ଆକ୍ରାନ୍ତ ଚିହ୍ନଟ ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪ରେ ପହଂଚିଛି । ତେବେ ୪ ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇ ଜଣଙ୍କ ଘର ସୁନ୍ଦରଗଡ ଜିଲ୍ଲାରେ ହୋଇଥିବା ବେଳେ ଜଣେ ଆକ୍ରାନ୍ତ କେନ୍ଦ୍ରାପଡା ଜିଲ୍ଲାରୁ ଏବଂ ଅନ୍ୟ ଜଣେ ଆକ୍ରାନ୍ତ ଭୂବନେଶ୍ୱରରୁ ହୋଇଥିବା ନେଇ ଟୁଇଟ୍ କରି ସ୍ପଷ୍ଟ କରିଛି ସୂଚନା ସୂଚନା ଓ ଲୋକସଂପର୍କ ବିଭାଗ । ତେବେ ଏହି ୪ ଆକ୍ରାନ୍ତଙ୍କର ଗସ୍ତ ସୂଚୀ ଓ କାହା କାହା ସଂପର୍କରେ ଆସିଛନ୍ତି ସେ ନେଇ ସବିଶେଷ ତଥ୍ୟ ଆସିନାହିଁ । ସରକାର ଏନେଇ ଖୋଳତାଡ ଜାରି ରଖିଛନ୍ତି ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି , ଗତକାଲି ଚିହ୍ନଟ ହୋଇଥିବା ୪ ଆକ୍ରାନ୍ତାଙ୍କ ମଧ୍ୟରେ ଜଣେ ଭୁବନେଶ୍ୱରର ବୋଲି ସ୍ପଷ୍ଟ କରିଛନ୍ତି ସରକାର । ତେବେ ଆକ୍ରାନ୍ତଙ୍କ ବିଷୟରେ ସବିଶେଷ ତଥ୍ୟ ପ୍ରଦାନ କରାଯାଇ ନାହିଁ । ବର୍ତ୍ତମାନ ଏହି ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱରରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ରେ ପହଂଚିଛି । ପୂର୍ବରୁ ଭୁବନେଶ୍ୱରରୁ ୭ ଜଣ ସୁସ୍ଥ ହୋଇଥିବା ସ୍ପଷ୍ଟ କରିଥିଲେ ସରକାର । ସେହିଭଳି, ସୁନ୍ଦରଗଡରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ଚିହ୍ନଟ ହୋଇଥିବା ୪ ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ସୁନ୍ଦରଗଡ ବିସ୍ରା ଅଂଚଳର ହୋଇଥିବା ବେଳେ ଭୁବନେଶ୍ୱର ଏବଂ କେନ୍ଦ୍ରାପଡାର ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସବୁଠାରୁ ବଡ଼କଥା ହେଲା କି, ରାଜ୍ୟରେ ବର୍ତ୍ତମାନ ମୋଟ୍ ୫୪ ଆକ୍ରାନ୍ତଙ୍କ ମଧ୍ୟରୁ ଆକ୍ଟିଭ କେସ୍ ୪୧ ଜଣ ରହିଛନ୍ତି । ସେହିପରି ୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଆଉ ଜଣଙ୍କର ମୃତ୍ୟୁ ହୋଇଛି । ଗତକାଲି ନୂଆ ୪ ଆକ୍ରାନ୍ତ ଚିହ୍ନଟ ହେବା ନେଇ ଟ୍ୱିଟ କରି ସୂଚନା ଦେଇଥିଲା ସ୍ୱାସ୍ଥ୍ୟ ବିଭାଗ । ବର୍ତ୍ତମାନ ୫୪ ଆକ୍ରାନ୍ତଙ୍କ ମଧ୍ୟରୁ ଆକ୍ଟିଭ କେସ୍ ୪୧ ଜଣ ରହିଛନ୍ତି ।