କନକ ବ୍ୟୁରୋ : ସାରା ରାଜ୍ୟରେ ଶୀତ ଲହରି ଜାରି ରହିଛି । ଶୀତ ଦିନେ ମେଡିକାଲରେ ରୋଗୀ ଓ ରୋଗୀ ସଂପର୍କୀୟଙ୍କ ସମୟ କେମିତି କଟୁଛି । ବୁର୍ଲା ଭିମ୍ସାରରେ କେଉଁଠି ରହୁଛନ୍ତି ରୋଗୀ ସଂପର୍କୀୟ ।
ପିଲାଛୁଆଙ୍କୁ ଧରି ମେଡିକାଲ ବାହାରେ କଟୁଛି ରାତି । ଶୀତ ରାତିରେ ତଳେ ସପ ଓ ବେଡସିଟ୍ ପକାଇ ଏସଏନସିୟୁ ବାହାରେ ରହୁଛନ୍ତି ପ୍ରସୂତି ମହିଳା । ପିଲା ଅସୁସ୍ଥ ଥିବାରୁ ତାକୁ ଏସଏନସିୟୁରେ ରଖା ଯାଇଛି । ଛୁଆକୁ କ୍ଷୀର ଦେବା ପାଇଁ ମାଆମାନେ ଅପେକ୍ଷା କରିଛନ୍ତି । ହେଲେ ଏଠି ମାଆମାନଙ୍କ ପାଇଁ ରହିବାର କୌଣସି ବ୍ୟବସ୍ଥା ନାହିଁ । ତେଣୁ ସେମାନେ ବାହାରେ ରହୁଛନ୍ତି । ମଝିରେ ମଝିରେ ଏସଏନସିୟୁ ଭିତରକୁ ନବଜାତ ଶିଶୁଙ୍କୁ କ୍ଷୀର ଦେଇ ଆସୁଛନ୍ତି । ପିଲା ପାଇଁ ମାଆ ବାହାରେ ଅପେକ୍ଷା କରିଥିବା ବେଳେ ଶୀତ ସାଙ୍ଗକୁ ମଶା କଲବଲ କରୁଛନ୍ତି । ମଶାଙ୍କ ପାଦୁର୍ଭାବରୁ ରକ୍ଷା ପାଇବା ପାଇଁ କେହି କେହି ମଶାରୀ ଟାଙ୍ଗି ଶୋଉଥିବା ଦେଖିବାକୁ ମିଳୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/12/11-26.jpg)