କନକ ବ୍ୟୁରୋ : ଜୁନାଗଡ ଥାନା ମହିଚଲା ନିକଟରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣା । ଆମ୍ବୁଲାନ୍ସଟି ଜୟପାଟଣା ଥାନା କପୁରମାଲ ଗାଁରୁ ଭବାନୀପାଟଣା ରୋଗୀ ନେଇ ଯାଉଥିଲା । ଆଉ ଏହି ଦୁର୍ଘଟଣାରେ ରୋଗୀ ସହ ହେଲପର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ କପୁର ମାଲ ଗାଁର ସୁମିତ୍ରା ଦୁର୍ଗା । ପରିବାରର ଅନ୍ୟ ୩ଜଣ ମଧ୍ୟ ଆହତ ହୋଇଛନ୍ତି । ସୂଚନାନୁସାରେ ବିଳମ୍ବିତ ରାତିରେ ୧୦୮ ଆମ୍ବୁଲାନ୍ସ ଗଛରେ ପିଟି ହୋଇଥିଲା । ଘଟଣାସ୍ଥଳରେ ଜୁନାଗଡ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us