କନକ ବ୍ୟୁରୋ : ସୁନା ଦୋକାନୀଙ୍କୁ ଚୁନା ଲଗାଇଲେ ଲୁଟେରା । ପଟିଆ ରେଳ ଷ୍ଟେସନ ନିକଟ କଳାରାହାଙ୍ଗ ଅଞ୍ଚଳରେ ଥିବା ମା’ ମଙ୍ଗଳା ଜୁଏଲାରୀ ଦୋକାନରୁ ଲୁଟ୍ ହୋଇଛି । ସଟର ତାଡ଼ି ସୁନା ଦୋକାନରୁ ଲୁଟପାଟ କରିଛନ୍ତି ଲୁଟେରା । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ସିସିଟିଭିରେ କଏଦ ହୋଇଛି ଲୁଟ୍ ସମୟର ଦୃଶ୍ୟ । ଘଟଣାସ୍ଥଳରେ ଇନଫୋସିଟି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।