ପଶୁପକ୍ଷୀଙ୍କ ସୁରକ୍ଷା ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ବଡ ନିଷ୍ପତ୍ତି । ପ୍ରାଣୀ ଉଦ୍ୟାନରେ ଖୋଲିବ ‘ପାଥୋ ୟୁନିଟ୍’ ।

Advertisment
ନୂଆବର୍ଷରେ ବନ୍ଦ ରହିବ ନନ୍ଦନକାନନ । ଡିସେମ୍ବର ୩୦ରୁ ଜାନୁଆରୀ ୩ ଯାଏଁ ନନ୍ଦନକାନନ ବନ୍ଦ ।

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ‘ନନ୍ଦନକାନନ ପ୍ରାଣୀ ଉଦ୍ୟାନ’ରେ ପଶୁପକ୍ଷୀଙ୍କ ପାଇଁ ‘ପାଥୋ ୟୁନିଟ’ ଖୋଲିବ । ନନ୍ଦନକାନନ ପ୍ରାଣୀ ଉଦ୍ୟାନର ନିର୍ଦ୍ଦେଶକ ଶଶି ପାଲ ଗୁରବାର ଏହି ସୂଚନା ଦେଇଛନ୍ତି । ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଶ୍ରୀ ପାଲ କହିଛନ୍ତି, ଏହି ୟୁନିଟରେ ଜଣେ ଡାକ୍ତର ଓ ୨ ଟେକ୍ନିସିଆନ କାମ କରିବେ ।

ପାଥୋ ୟୁନିଟରେ ପଶୁପକ୍ଷୀଙ୍କୁ ହେଉଥିବା ରୋଗର ପ୍ରାଥମିକ ପରୀକ୍ଷା ପରେ ଓୟୁଏଟି (ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ)ରେ ପରୀକ୍ଷା ହେବ । ସୂଚନାଯୋଗ୍ୟ ନନ୍ଦନକାନନ ଚିଡିଆଖାନାରେ ଏକ ମାସ ମଧ୍ୟରେ ୪ଟି ହାତୀଙ୍କର ମୃତ୍ୟୁ ଘଟିବା ପରେ କର୍ତ୍ତୃପକ୍ଷ ଅଧିକ ସଚେତନ ହୋଇଛି। ପଶୁପକ୍ଷୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe