କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ‘ନନ୍ଦନକାନନ ପ୍ରାଣୀ ଉଦ୍ୟାନ’ରେ ପଶୁପକ୍ଷୀଙ୍କ ପାଇଁ ‘ପାଥୋ ୟୁନିଟ’ ଖୋଲିବ । ନନ୍ଦନକାନନ ପ୍ରାଣୀ ଉଦ୍ୟାନର ନିର୍ଦ୍ଦେଶକ ଶଶି ପାଲ ଗୁରବାର ଏହି ସୂଚନା ଦେଇଛନ୍ତି । ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଶ୍ରୀ ପାଲ କହିଛନ୍ତି, ଏହି ୟୁନିଟରେ ଜଣେ ଡାକ୍ତର ଓ ୨ ଟେକ୍ନିସିଆନ କାମ କରିବେ ।
ପାଥୋ ୟୁନିଟରେ ପଶୁପକ୍ଷୀଙ୍କୁ ହେଉଥିବା ରୋଗର ପ୍ରାଥମିକ ପରୀକ୍ଷା ପରେ ଓୟୁଏଟି (ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ)ରେ ପରୀକ୍ଷା ହେବ । ସୂଚନାଯୋଗ୍ୟ ନନ୍ଦନକାନନ ଚିଡିଆଖାନାରେ ଏକ ମାସ ମଧ୍ୟରେ ୪ଟି ହାତୀଙ୍କର ମୃତ୍ୟୁ ଘଟିବା ପରେ କର୍ତ୍ତୃପକ୍ଷ ଅଧିକ ସଚେତନ ହୋଇଛି। ପଶୁପକ୍ଷୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/07/front-gate-of-nandankanan.jpg)