ତାଲାବନ୍ଦର ଫାଇଦା ଉଠାଉଛନ୍ତି ଦୋକାନୀ: ଝାରସୁଗୁଡା ଜିଲ୍ଲାରେ ଚଢ଼ା ଦରରେ ବିକ୍ରି ହେଉଛି ଆଳୁ; ଦୋକାନ ଉପରେ ଚଢ଼ାଉ

ସେପଟେ ଅଭାବି ବିକ୍ରିର ଶିକାର ହେଲେ ପୁରୀ ଜିଲ୍ଲା ଗୋପ ବ୍ଲକର ପରିବା ଚାଷୀ

400

କନକ ବ୍ୟୁରୋ: ତାଲାବନ୍ଦର ଫାଇଦା ଉଠାଉଛନ୍ତି ଦୋକାନୀ । ଏପରି ଅଭିଯୋଗ ଆସିଛି ଝାରଶୁଗୁଡା ଜିଲ୍ଲାରୁ । ବିଭିନ୍ନ ସାମଗ୍ରୀକୁ ଚଢା ଦରରେ ଦୋକାନୀ ବିକ୍ରି କରୁଥିବା ସ୍ଥାନିୟ ଲୋକେ ଅଭିଯୋଗ କରିଛନ୍ତି । ବିଶେଷ କରି ଉଚିତ ମୁଲ୍ୟଠାରୁ ଅଧିକ ଦରରେ ବିକ୍ରି ହେଉଛି ଆଳୁ । ତେବେ ଜିଲ୍ଲା ପ୍ରଶାସନର ଏକ ଟିମ ଦୋକାନ ଉପରେ ଚଢାଉ କରି ଏନେଇ ତାଗିଦ କରିଛନ୍ତି ।

ପରିବା ଚାଷୀଙ୍କ ଉପରେ କରୋନା ମାଡ । ପୁରୀ ଜିଲ୍ଲା ଗୋପ ବ୍ଲକର ପରିବା ଚାଷୀ ଉତ୍ପାଦନ କରିଥିବା ପରିବାକୁ ବିକ୍ରି କରିପାରୁନାହାନ୍ତି । ଫଳରେ ସେମାନଙ୍କୁ କ୍ଷତି ସହିବାକୁ ପଡୁଛି । କରୋନା କଟକଣା ଯୋଗୁଁ ବଜାର ଅଳ୍ପ ସମୟ ପାଇଁ ଖୋଲୁଛି । ତେଣୁ ବେପାର ଯେପରି ହେବା କଥା ସେପରି ହେଉନାହିଁ । ପରିବା ବିକ୍ରିବଟା କମିଯାଉଥିବାରୁ ବେପାରିମାନେ କମ ଦରରେ ପରିବା କିଣିବାକୁ ଚାହୁଁଛନ୍ତି । ଫଳରେ ଚାଷୀଙ୍କ ଦୁର୍ଦ୍ଦଶା ବଢିଯାଇଛି ।

କରୋନା କଟକଣା ସମୟରେ ବିପଦର ବନ୍ଧୁ ପାଲଟିଲେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ । ନିଜ ଜମିରେ ଉତ୍ପାଦିତ ପନିପରିବାକୁ ଘରକୁ ଘର ବୁଲି ବିକ୍ରି କରୁଛନ୍ତି । ତେବେ ଅସହାୟମାନଙ୍କୁ ମାଗଣାରେ ମଧ୍ୟ ପରିବା ଯୋଗାଇଦେଉଛନ୍ତି । ଝିଞ୍ଜିରେଇ ମହିଳା ଗୋଷ୍ଠୀର ସଦସ୍ୟମାନେ ଏକ ଟ୍ରଲିରେ ପରିବା ଧରି ସାହି ସାହି ବୁଲି ବିକ୍ରି କରୁଛନ୍ତି । ତେବେ ଯେଉଁମାନଙ୍କର ପରିବା କିଣିବାକୁ ବି ସାମର୍ଥ୍ୟ ନାହିଁ ସେମାନଙ୍କ ପାଇଁ ବିପଦର ବନ୍ଧୁ ପାଲଟିଛନ୍ତି ଏହି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ।