କନକ ବ୍ୟୁରୋ : ସାମ୍ନାକୁ ଆସିଲା କରୋନା ସମୟର କରୁଣ କାହାଣୀ । ସମ୍ବଲପୁରରେ ଜଣେ ମହିଳାଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାର ପାଇଁ ମିଳିଲାନି ୪କାନ୍ଧ । ମହିଳାଙ୍କର କିଛି ଦିନ ତଳେ ଜ୍ବର ହୋଇଥିଲା । କୌଣସି କରଣରୁ ତାଙ୍କର ମୃତ୍ୟୁ ହୋଇଛି । ମହିଳାଙ୍କ ପୁଅ ତାଙ୍କ ମା’ଙ୍କ ମୃତ୍ୟୁ ପରେ କାନ୍ଧ ଦେବା ପାଇଁ ସାହିପଡ଼ିଶାଙ୍କୁ ଡ଼ାକିଲେ ମଧ୍ୟ କେହି କାନ୍ଧ ଦେବାକୁ ଆସିନଥିଲେ ।
ଫଳରେ ମହିଳାଙ୍କ ପୁଅ ଏକ ଟ୍ରଲିରେ ତାଙ୍କ ମା’ଙ୍କ ମୃତଦେହ ମଶାଣିକୁ ନେବା ବେଳେ କିଛି ସ୍ୱେଚ୍ଛାସେବୀ ତାଙ୍କୁ ସାହାଯ୍ୟ କରିଛନ୍ତି । ଏଭଳି ଦୃଶ୍ୟ ସମ୍ବଲପୁର ଚିପିଲିମା ଅଂଚଳରୁ ସାମ୍ନାକୁ ଆସିଛି । ସାରା ବିଶ୍ୱରେ କରୋନା ସଂକଟ ଜାରି ରହିଥିବାବେଳେ ଏଭଳି କରୁଣ ଦୃଶ୍ୟ ସାମ୍ନାକୁ ଆସିଛି । କରୋନା ସଂକ୍ରମଣ ଭୟରେ ଶବକୁ ଛୁଇଁବାକୁ ମନା କରୁଛନ୍ତି ଲୋକେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/19-23.jpg)